ମୋକିମ, ଚିରଞ୍ଜୀବଙ୍କ ଉପରୁ ଉଠିପାରେ ନିଲମ୍ବନ
ଭୁବନେଶ୍ୱର,୨୩।୧(ଶର୍ମିଷ୍ଠା ପାଣିଗ୍ରାହୀ):କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଖୁବ୍ଶୀଘ୍ର କଂଗ୍ରେସ ନିଲମ୍ବନ ଉଠାଇପାରେ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନାହାନ୍ତି। ତେବେ ସୋମବାର ଏହି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି। ଏପରିକି ଅଜୟ କୁମାର ମଧ୍ୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ଆଭାସ ଦେଇଛନ୍ତି। ସେ […] The post ମୋକିମ, ଚିରଞ୍ଜୀବଙ୍କ ଉପରୁ ଉଠିପାରେ ନିଲମ୍ବନ appeared first on Dharitri Odia News.
ଭୁବନେଶ୍ୱର,୨୩।୧(ଶର୍ମିଷ୍ଠା ପାଣିଗ୍ରାହୀ):କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଖୁବ୍ଶୀଘ୍ର କଂଗ୍ରେସ ନିଲମ୍ବନ ଉଠାଇପାରେ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନାହାନ୍ତି। ତେବେ ସୋମବାର ଏହି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି। ଏପରିକି ଅଜୟ କୁମାର ମଧ୍ୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ଆଭାସ ଦେଇଛନ୍ତି। ସେ କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି। ଅପେକ୍ଷା କରନ୍ତୁ, ଖୁବ୍ଶୀଘ୍ର ଭଲ ଖବର ପାଇବେ। ଏପରିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ନିଲମ୍ବନ ହଟିବା ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି ମୋକିମ କହିଛନ୍ତି।
The post ମୋକିମ, ଚିରଞ୍ଜୀବଙ୍କ ଉପରୁ ଉଠିପାରେ ନିଲମ୍ବନ appeared first on Dharitri Odia News.