ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍ଦାର, ଜାଣନ୍ତୁ କିଏ କଲେ ଦାବି
ନୂଆଦିଲ୍ଲୀ,୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ବିଶ୍ବ ସ୍ତରରେ ସେ ଜଣେ ଶକ୍ତିଶାଳୀ ନେତା । ଆଉ ସମସ୍ତ ଦେଶଙ୍କ ସହିତ ତାଙ୍କ ସୁସମ୍ପର୍କ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବିଶ୍ବରେ ଜଣେ ଦକ୍ଷ ଏବଂ ମହାନ ରାଜନେତା । ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି ବର୍ଷିଆନ ନିବେଶକ ମାର୍କ ମୋବିୟସ । IANSକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ […] The post ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍ଦାର, ଜାଣନ୍ତୁ କିଏ କଲେ ଦାବି appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ବିଶ୍ବ ସ୍ତରରେ ସେ ଜଣେ ଶକ୍ତିଶାଳୀ ନେତା । ଆଉ ସମସ୍ତ ଦେଶଙ୍କ ସହିତ ତାଙ୍କ ସୁସମ୍ପର୍କ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବିଶ୍ବରେ ଜଣେ ଦକ୍ଷ ଏବଂ ମହାନ ରାଜନେତା । ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି ବର୍ଷିଆନ ନିବେଶକ ମାର୍କ ମୋବିୟସ ।
IANSକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ୮୮ ବର୍ଷିୟ ମୋବିୟସ କହିଛନ୍ତି ଯେ, ବିଶ୍ୱ ଅଶାନ୍ତ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବିଶେଷ କରି ବର୍ତ୍ତମାନର ପଶ୍ଚିମ ଏସିଆ ବିବାଦ ଏବଂ ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ସ୍ଥାପନକାରୀ ହୋଇପାରନ୍ତି।
ମାର୍କ ମୋବିୟସ କହିଛନ୍ତି, ଯେତେବେଳେ ନୋବେଲ ଶାନ୍ତି ପୁରସ୍କାର କଥା ଆସେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ବାସ୍ତବରେ ସବୁକିଛି କରିପାରୁଥିବା ବ୍ୟକ୍ତି ଏବଂ ଏହି ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ।
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଋଷ ଏବଂ ୟୁକ୍ରେନ ଗସ୍ତ କରି ଫେରିଛନ୍ତି । ଆଉ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ମଧ୍ୟସ୍ଥି ହେବା ପାଇଁ ଯୋଗ୍ୟ ବ୍ୟକ୍ତି । ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ – ୧୯୯୨ ରେ କୂଟନେତିକ ସମ୍ପର୍କ ପ୍ରତିଷ୍ଠା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଥମ ଗସ୍ତ ହିଁ ତାହା ସୂଚାଇଥିଲା
The post ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍ଦାର, ଜାଣନ୍ତୁ କିଏ କଲେ ଦାବି appeared first on Dharitri Odia News.