ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଇଡିକୁ ଉତ୍ତର ରଖିବାକୁ ନୋଟିସ
ନୂଆଦିଲ୍ଲୀ: ହାଇକୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଜାମିନ୍କୁ ନେଇ କୌଣସି ଅନ୍ତରୀଣ ଆଦେଶ ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାସହ ବିଚାରପତି ସ୍ବର୍ଣ୍ଣ କାନ୍ତା ଶର୍ମା ଇଡିର ଗିରଫଦାରୀକୁ ଚାଲେଞ୍ଜ କରୁଥିବା କେଜରିଓ୍ବାଲଙ୍କ ଯାଚିକା ଉପରେ ନୋଟିସ୍ ଜାରି କରି ଉତ୍ତର ରଖିବାକୁ ଇଡିକୁ ଏପ୍ରିଲ ୨ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏପ୍ରିଲ ୩ରେ ହେବ ମାମଲାର ଆଗାମୀ ଶୁଣାଣି।ସୂଚନାଥାଉକି, ଦିଲ୍ଲୀରେ କଥିତ ଅବକାରୀ ନୀତି ମାମଲାରେ ମନିଲଣ୍ଡ୍ରିଂ ଅଭିଯୋଗର ଯାଞ୍ଚ କରୁଥିବା ଇଡି ଲଗାତାର ୯ ସମନ ପଠାଇବାରେ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଇଡି ଟିମ୍ ୧୦ମ ସମନ ଧରି କେଜରିଓ୍ବାଲଙ୍କ ଘରେ ପହଞ୍ଚିଥିଲା। ଏହାପରେ ଆଗାମୀ ଦିନ ଅର୍ଥାତ୍ ମାର୍ଚ୍ଚ ୨୨ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା।ସେଠାରୁ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି କୋର୍ଟ। ଉଲ୍ଲେଖଯୋଗ୍ୟ, ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରାଯାଇଛି। ଯାହା ଭାରତରେ ପ୍ରଥମ ଯେତେବେଳେ କେହି ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଯାଇଛି। ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପୂର୍ବରୁ ଜେଲ୍ରେ ଅଛନ୍ତି। ମାର୍ଚ୍ଚ
ନୂଆଦିଲ୍ଲୀ: ହାଇକୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଜାମିନ୍କୁ ନେଇ କୌଣସି ଅନ୍ତରୀଣ ଆଦେଶ ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାସହ ବିଚାରପତି ସ୍ବର୍ଣ୍ଣ କାନ୍ତା ଶର୍ମା ଇଡିର ଗିରଫଦାରୀକୁ ଚାଲେଞ୍ଜ କରୁଥିବା କେଜରିଓ୍ବାଲଙ୍କ ଯାଚିକା ଉପରେ ନୋଟିସ୍ ଜାରି କରି ଉତ୍ତର ରଖିବାକୁ ଇଡିକୁ ଏପ୍ରିଲ ୨ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏପ୍ରିଲ ୩ରେ ହେବ ମାମଲାର ଆଗାମୀ ଶୁଣାଣି।
ସୂଚନାଥାଉକି, ଦିଲ୍ଲୀରେ କଥିତ ଅବକାରୀ ନୀତି ମାମଲାରେ ମନିଲଣ୍ଡ୍ରିଂ ଅଭିଯୋଗର ଯାଞ୍ଚ କରୁଥିବା ଇଡି ଲଗାତାର ୯ ସମନ ପଠାଇବାରେ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଇଡି ଟିମ୍ ୧୦ମ ସମନ ଧରି କେଜରିଓ୍ବାଲଙ୍କ ଘରେ ପହଞ୍ଚିଥିଲା। ଏହାପରେ ଆଗାମୀ ଦିନ ଅର୍ଥାତ୍ ମାର୍ଚ୍ଚ ୨୨ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା।ସେଠାରୁ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି କୋର୍ଟ।
ଉଲ୍ଲେଖଯୋଗ୍ୟ, ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରାଯାଇଛି। ଯାହା ଭାରତରେ ପ୍ରଥମ ଯେତେବେଳେ କେହି ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଯାଇଛି। ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପୂର୍ବରୁ ଜେଲ୍ରେ ଅଛନ୍ତି। ମାର୍ଚ୍ଚ ୧୫ରେ ଇଡି ମାମଲାରେ ବିଆରଏସ ବିଧାୟକ ଏବଂ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ମଧ୍ୟ ଗିରଫ କରିଥିଲା।