ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇଲେ ଅଟୋ ଚାଳକ
ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାରର ଅଟୋ ଚାଳକ ଏନାୟତ ଖାନ୍ ଅଟୋରେ ଛାଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇ ମହାନତା ଦେଖାଇଛନ୍ତି। ଗୁରୁବାର ସେ ବାଇପାସ୍ ଅଟୋଷ୍ଟାଣ୍ଡରୁ ଯାତ୍ରୀ ନେଇ ବାଲେଶ୍ୱର ଜିଲା ସୋରକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସୋର ତଳନଗର ଛକରେ ଜଣେ ମହିଳାଙ୍କ ସହ ଦୁଇଜଣ ଛୋଟ ପିଲାଙ୍କୁ ଜାମୁଝାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଜାମୁଝାଡ଼ିରେ ସେମାନଙ୍କୁ ଓହ୍ଲାଇ ଚରମ୍ପାରେ ପହଞ୍ଚତ୍ବା ପରେ ଅଟୋ ପଛରେ ଏକ ବ୍ୟାଗ୍ ଥିବା ଦେଖିଥିଲେ। […] The post ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇଲେ ଅଟୋ ଚାଳକ appeared first on Dharitri Odia News.
ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାରର ଅଟୋ ଚାଳକ ଏନାୟତ ଖାନ୍ ଅଟୋରେ ଛାଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇ ମହାନତା ଦେଖାଇଛନ୍ତି। ଗୁରୁବାର ସେ ବାଇପାସ୍ ଅଟୋଷ୍ଟାଣ୍ଡରୁ ଯାତ୍ରୀ ନେଇ ବାଲେଶ୍ୱର ଜିଲା ସୋରକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସୋର ତଳନଗର ଛକରେ ଜଣେ ମହିଳାଙ୍କ ସହ ଦୁଇଜଣ ଛୋଟ ପିଲାଙ୍କୁ ଜାମୁଝାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଜାମୁଝାଡ଼ିରେ ସେମାନଙ୍କୁ ଓହ୍ଲାଇ ଚରମ୍ପାରେ ପହଞ୍ଚତ୍ବା ପରେ ଅଟୋ ପଛରେ ଏକ ବ୍ୟାଗ୍ ଥିବା ଦେଖିଥିଲେ। ତୁରନ୍ତ ସେ ଅଟୋ ନେଇ ଜାମୁଝାଡ଼ିରେ ପହଞ୍ଚତ୍ ବ୍ୟାଗ୍ ଛାଡ଼ି ଯାଇଥିବା ମହିଳାଙ୍କୁ ଖୋଜିଥିଲେ। ସେଠାରେ ନ ପାଇବାରୁ ସୋର ତଳନଗର ଯାଇ ମଧ୍ୟ ତାଙ୍କୁ ଖୋଜିଥିଲେ। ମହିଳା ଯାତ୍ରୀଙ୍କୁ ନ ପାଇ ସେ ଏନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଭାବେ ଜଣାଇବା ସହ କିଛି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଥିବା ଉକ୍ତ ବ୍ୟାଗ୍କୁ ଜିମା ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହିଳା ଯାତ୍ରୀ ସୋର ଥାନା କୃଷ୍ଣନଗରର ଶୁଭସ୍ମିତା ଲେଙ୍କା ଶୁକ୍ରବାର ଭଦ୍ରକ ଟାଉନ ଥାନାରେ ପହଞ୍ଚତ୍ ତାଙ୍କ ବ୍ୟାଗ୍ ନେବା ସହ ଏନାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନାୟତଙ୍କ ଏପରି ମହାନ୍ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।
The post ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇଲେ ଅଟୋ ଚାଳକ appeared first on Dharitri Odia News.