ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ: ଛୁରାମାଡ଼ରେ ଭଉଣୀ ମୃତ, ଭାଇ ଗୁରୁତର

ବ୍ରହ୍ମପୁର: ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ । ଭାଇ ଭଉଣୀଙ୍କୁ ଛୁରାମାଡ଼ କଲା ଅନ୍ୟଜଣେ ସମ୍ପର୍କୀୟ ଭାଇ। ଏଥିରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଗୁରୁତର ରହିଛି । ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାରରେ । ସୂଚନା ଅନୁଯାୟୀ, ଘରେ ଶ୍ରାଦ୍ଧ ଚାଲିଥିବା ବେଳେ ନାବାଳକ ଭାଇ ଓ ନାବାଳିକା ଭଉଣୀକୁ  ଏକ ଖଣ୍ଡାରେ ଆକ୍ରମଣ କରିଛି ସମ୍ପର୍କୀୟ ଭାଇ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ୧୩ ବର୍ଷୀୟ ଭଉଣୀର ମୃତ୍ୟୁ ଘଟିଥିଲା । ସେପଟେ ଗୁରୁତର ସାନ ଭାଇକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ତେବେ ଛୁରାମାଡ଼ର କାରଣ ଜଣାପଡ଼ିନଥିବାବେଳେ, ଆହତ ଭାଇକୁ ଭୁବେନଶ୍ବର ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିବାବେଳେ, ଆକ୍ରମଣ କରି ଫେରାର ସମୟରେ ଅଭିଯୁକ୍ତ ହିଞ୍ଜିଳି ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ତାକୁ ଏମକେସିଜିରେ ଭର୍ତ୍ତି କରାଯାଇଛି।

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ: ଛୁରାମାଡ଼ରେ ଭଉଣୀ ମୃତ, ଭାଇ ଗୁରୁତର

ବ୍ରହ୍ମପୁର: ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ । ଭାଇ ଭଉଣୀଙ୍କୁ ଛୁରାମାଡ଼ କଲା ଅନ୍ୟଜଣେ ସମ୍ପର୍କୀୟ ଭାଇ। ଏଥିରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଗୁରୁତର ରହିଛି । ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାରରେ । 

ସୂଚନା ଅନୁଯାୟୀ, ଘରେ ଶ୍ରାଦ୍ଧ ଚାଲିଥିବା ବେଳେ ନାବାଳକ ଭାଇ ଓ ନାବାଳିକା ଭଉଣୀକୁ  ଏକ ଖଣ୍ଡାରେ ଆକ୍ରମଣ କରିଛି ସମ୍ପର୍କୀୟ ଭାଇ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ୧୩ ବର୍ଷୀୟ ଭଉଣୀର ମୃତ୍ୟୁ ଘଟିଥିଲା । ସେପଟେ ଗୁରୁତର ସାନ ଭାଇକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ତେବେ ଛୁରାମାଡ଼ର କାରଣ ଜଣାପଡ଼ିନଥିବାବେଳେ, ଆହତ ଭାଇକୁ ଭୁବେନଶ୍ବର ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିବାବେଳେ, ଆକ୍ରମଣ କରି ଫେରାର ସମୟରେ ଅଭିଯୁକ୍ତ ହିଞ୍ଜିଳି ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ତାକୁ ଏମକେସିଜିରେ ଭର୍ତ୍ତି କରାଯାଇଛି।