ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୨(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ୫ମ ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାଜ୍ୟ ଓପନ ର଼୍ୟାପିଡ ଚେସ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ସେ ୪.୫ ପଏଣ୍ଟ ପାଇଛନ୍ତି। ଓପନ ବର୍ଗରେ ସୌମ୍ୟଙ୍କର ଏହା ୮୧ତମ ଟାଇଟଲ। ଫକୀର ମାଝି, ସାଇ ଶକ୍ତି ପଣ୍ଡା, ମନୀନ୍ଦ୍ର କାର୍ଜି, ରବୀନ୍ଦ୍ର କୁମାର […] The post ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ appeared first on Dharitri Odia News.

ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୨(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ୫ମ ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାଜ୍ୟ ଓପନ ର଼୍ୟାପିଡ ଚେସ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ସେ ୪.୫ ପଏଣ୍ଟ ପାଇଛନ୍ତି। ଓପନ ବର୍ଗରେ ସୌମ୍ୟଙ୍କର ଏହା ୮୧ତମ ଟାଇଟଲ। ଫକୀର ମାଝି, ସାଇ ଶକ୍ତି ପଣ୍ଡା, ମନୀନ୍ଦ୍ର କାର୍ଜି, ରବୀନ୍ଦ୍ର କୁମାର ଓଝା, ସ୍ବସ୍ତିକ ରଞ୍ଜନ ସ୍ବାଇଁ, ଅବିନାଶ ବଳିୟାରସିଂ, ଲଳିତ ରଞ୍ଜନ ସାହୁ, ଅମରେଶ ସାହୁ, କମଲ କୁମାର ନାୟକ, ଆଦିତ୍ୟ ପଟ୍ଟନାୟକ, ଓମ୍‌ ସ୍ବରୂପ ପାଢ଼ୀ, ସତ୍ୟମ ସ୍ବରୂପ ସାହୁ ଓ ରାଜବୀର ନାୟକ ଶୀର୍ଷ ୧୪ ଜଣଙ୍କ ମଧ୍ୟରେ ରହିଛନ୍ତି। ବିଭିନ୍ନ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ଏବଂ ୭ ପ୍ରତିଭାଙ୍କୁ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯାଇଥିଲା। ରୟାଲ ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସେଣ୍ଟ୍ରାଲ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ଅବସରପ୍ରାପ୍ତ ବ୍ରାଞ୍ଚ୍‌ ମ୍ୟାନେଜର ବିଷ୍ଣୁ ଚରଣ ବେହେରା, ଶିଳ୍ପପତି ଦିଲୀପ ବାରିକ ଓ ରାଜ୍ୟ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

The post ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ appeared first on Dharitri Odia News.