ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା

ଚନ୍ଦାହାଣ୍ଡି୬।୩(ଦିଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟରେ ଆଜି ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗୌରହରି ନାୟକଙ୍କ ସଭାପତିତ୍ୱରେ ଯାଦବମାଝୀ ବସ ଷ୍ଟାଣ୍ଡଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସରକାର ବିରୋଧରେ ନାରାବାଜି ସହ ଚାରିଛକ ପର୍ଯ୍ୟନ୍ତ ପହଞ୍ଚି ପ୍ରତ୍ୟାବର୍ତ୍ତନ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ତିନି ଦଶନ୍ଧି ଧରି ଓଡିଶାରେ […] The post ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା appeared first on Dharitri Odia News.

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା

ଚନ୍ଦାହାଣ୍ଡି୬।୩(ଦିଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟରେ ଆଜି ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗୌରହରି ନାୟକଙ୍କ ସଭାପତିତ୍ୱରେ ଯାଦବମାଝୀ ବସ ଷ୍ଟାଣ୍ଡଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସରକାର ବିରୋଧରେ ନାରାବାଜି ସହ ଚାରିଛକ ପର୍ଯ୍ୟନ୍ତ ପହଞ୍ଚି ପ୍ରତ୍ୟାବର୍ତ୍ତନ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ତିନି ଦଶନ୍ଧି ଧରି ଓଡିଶାରେ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତରାଜ ଦିବସ ପାଳିତ ହୋଇ ଆସୁଥିବା ବେଳେ ବର୍ତମାନର ରାଜ୍ୟ ସରକାର ଏହାକୁ ରାଜନୈତିକ ଅଭିଶନ୍ଧି ରଖି ପାଳନ ନକରିବାକୁ ନିଷ୍ପତ୍ତି ନେଇଥିବା ପ୍ରତିବାଦ ସଭାରେ ଭାଜପା ସରକାର ଉପରେ ବକ୍ତା ମାନେ ବର୍ଷୀଥିଲେ l

ଏହି କାର୍ଯ୍ୟକ୍ରମରେ ଝରୀଗାଁ ପୂର୍ବତନ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ଜିଲା ବିଜେଡି ସଂଯୋଜକ ତଥା ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ପାଢ଼ୀ, ବାସୁଦେବ ଗୌଡ଼ ଗୌଡ଼,ଜିଲ୍ଲାପରିଷଦ ଜୋନ-୧ ଓ ୨ ସଭ୍ୟା ବର୍ଷାରାଣୀ ପଟେଲ ଓ କେତକୀମଳୀ ଗୌଡ଼,ସରପଞ୍ଚ ଦୁଲବ ପୂଜାରୀ, ସମିତି ସଭ୍ୟ ଟେକରାମ ମାଝୀ, କ୍ଷୀର ଚଣ୍ଡୀ, ଗୌରୀ ନେଙ୍ଗୀ,ଯୁବରାଜ ଜଗତ, ବଳରାମ ପଟନାୟକ, ତ୍ରିନାଥ ଦାଶ, ଲିଙ୍ଗରାଜ ଚୌହାନ,ଶ୍ୟାମ ସୁନ୍ଦର ସୁନାନୀ,ସମେତ ବରିଷ୍ଠ ନେତା ଋଷୁ ବାଗ,ସନୀନ୍ଦ୍ର ସୋରି,ଜଗନ୍ନାଥ ସିହ୍ନl, ଝୁମୁକଲାଲ ସାହୁ,ପୁରୁଷୋତ୍ତମ ପାରୀ,କୈବଲ୍ୟ ମାଝୀ,କମଳୁ ମନହିରା, ଲଛ ମାଝୀ, ଯୁଗେଶ୍ୱର ନାଗ, ଭୀମସେନ ଡଙ୍ଗରି, ଲୋଚନ ନାୟକ ପ୍ରମୁଖଙ୍କ ସମେତ ଯୁବ, ଛାତ୍ର ଓ ବରିଷ୍ଠ ନେତୃ ବୃନ୍ଦ ଏବଂ ବହୁସଂଖ୍ୟାରେ ବିଜୁ ପ୍ରେମୀ ବୃନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

The post ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା appeared first on Dharitri Odia News.