ରାଶନ କାର୍ଡ: ଅଯୋଗ୍ୟ ତାଲିକାରେ ୫୧୪

ହାଟଡ଼ିହୀ,୨୨ା୧(ଶୁଭକାନ୍ତ ନାୟକ):ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଥିବା ଯୋଗ୍ୟ ଏବଂ ଅଯୋଗ୍ୟ, ଭୂତ ହିତାଧିକାରୀଙ୍କୁ ଚିହ୍ନଟ ଏବଂ ସ୍ବଚ୍ଛତା ଆଣିବା ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସରକାରୀ ସୁବିଧାର ଲାଭ ଉଠାଉଥିବା ଅଯୋଗ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏହି କ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ବ୍ଲକ୍‌ ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ କେନ୍ଦୁଝରର ୫୧୪ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା […] The post ରାଶନ କାର୍ଡ: ଅଯୋଗ୍ୟ ତାଲିକାରେ ୫୧୪ appeared first on Dharitri Odia News.

ରାଶନ କାର୍ଡ: ଅଯୋଗ୍ୟ ତାଲିକାରେ ୫୧୪

ହାଟଡ଼ିହୀ,୨୨ା୧(ଶୁଭକାନ୍ତ ନାୟକ):ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଥିବା ଯୋଗ୍ୟ ଏବଂ ଅଯୋଗ୍ୟ, ଭୂତ ହିତାଧିକାରୀଙ୍କୁ ଚିହ୍ନଟ ଏବଂ ସ୍ବଚ୍ଛତା ଆଣିବା ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସରକାରୀ ସୁବିଧାର ଲାଭ ଉଠାଉଥିବା ଅଯୋଗ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏହି କ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ବ୍ଲକ୍‌ ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ କେନ୍ଦୁଝରର ୫୧୪ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ତାଲିକା ମୁତାବକ, କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌କୁ ଆସିଥିବା ତାଲିକାରେ ୧୩୨ ପରିବାରର ୫୧୪ଜଣ ହିତାଧିକାରୀଙ୍କ ନାମ ରହିଛି। ହିତାଧିକାରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗର ବେତନପ୍ରାପ୍ତ କର୍ମଚାରୀଙ୍କ ନାମ ରହିଛି l ତେବେ ଉକ୍ତ ତାଲିକା ଅନୁସାରେ ଅଯୋଗ୍ୟ ହିତାଧିକାରୀ ରାଶନ ସାମଗ୍ରୀ ନେଉଛନ୍ତି କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନି। ଏଥିସହ ଏହି ତାଲିକାରେ ଥିବା ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ କେତେଜଣ ଯୋଗ୍ୟ ଏବଂ କେତେଜଣ ଅଯୋଗ୍ୟ ତାହା ମଧ୍ୟ ଅଦ୍ୟାବଧି ଜଣାପଡ଼ିନି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ମଧ୍ୟ ଏହି ଅଯୋଗ୍ୟ ତାଲିକାରେ ରହିଥିବା ଜଣାପଡ଼ିଛି। ବ୍ଲକ୍‌ ଯୋଗାଣ ଅଧିକାରୀ ସତ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ବ୍ଲକ୍‌କୁ ଏକ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦିଆଯାଇଛି। ଏଥିରେ ହାଟଡ଼ିହୀର ୧୩୨ ପରିବାରର ୫୧୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ଏକ ତାଲିକା ଆସିଛି। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରୁ ଏହି ତାଲିକା ସଂଗ୍ରହ କରାଯାଇ ଦିଆଯାଇଛି। ତଦନ୍ତ କରିବା ପରେ ପ୍ରକୃତ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇପାରିବ। ୫୧୪ ଅଯୋଗ୍ୟ ହିତାଧିକାରୀ ରାଶନ ସାମଗ୍ରୀ ନେଇଛନ୍ତି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ୧୦ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀ ନିୟମ ଅନୁସାରେ ରାଶନ ସାମଗ୍ରୀ ପାଇପାରିବେ। ତେଣୁ ଉକ୍ତ ତାଲିକାରେ ମଧ୍ୟ ସେପରିି କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ସରକାରଙ୍କ ତରଫରୁ ଆମ ପାଖକୁ ଆସିନି। ବିଭିନ୍ନ ବ୍ଲକକୁ ତାଲିକା ଆସିଛି। ଏ ସଂକ୍ରାନ୍ତରେ ରିପୋର୍ଟ ଦେବା ପାଇଁ ବିଭିନ୍ନ ବ୍ଲକ୍‌କୁ କୁହାଯାଇଛି। ବ୍ଲକଗୁଡ଼ିକରୁ ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

The post ରାଶନ କାର୍ଡ: ଅଯୋଗ୍ୟ ତାଲିକାରେ ୫୧୪ appeared first on Dharitri Odia News.