ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ପରିବାରର ବିଗତ ଦିନର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବୃଷ ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ। କୃତ୍ତିକା ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତ ହେଲେ ଅନ୍ୟମନସ୍କ […] The post ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope
ମେଷ
ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ପରିବାରର ବିଗତ ଦିନର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ।
ବୃଷ
ବୃଷ
ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ। କୃତ୍ତିକା ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତ ହେଲେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଆଜିର ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇପାରନ୍ତି। ମୃଗଶିରା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ଗତକାଲିର କଳି ତକରାଳ ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ର ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି। ସାମାଜିକ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକିଯିବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ଆଜିହିଁ ଶେଷ କରିବାକୁ ମନସ୍ଥ କରି ସଫଳ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ବ୍ୟବସାୟ ଓ ପରିବହନରେ ଉନ୍ନତି ପୂର୍ବକ ଋଣମୁକ୍ତ ହେବାର ସୂଚନା ରହିଛି। ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଉପକୃତ ହେବେ।
କନ୍ୟା
ଚିତ୍ରା ନକ୍ଷତ୍ର ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ। ସ୍ବାସ୍ଥ୍ୟସମସ୍ୟା ଜନିତ ରୋଗ, ଋଣ ଓ ଶତ୍ରୁତା, ବିଷୟ ଚିନ୍ତନରେ ସମୟ କାଟିବେ।
ତୁଳା
ତୁଳା
ଆପଣ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିିଜ ପାଇଁ ସେତିକି କରିପାରିବେ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡିବ। ବିଶାଖା ନକ୍ଷତ୍ର ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ଆଜି କର୍ମବ୍ୟସ୍ତତା ମଧ୍ୟରେ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ। ଅନୁରାଧା ନକ୍ଷତ୍ର ପଡ଼ୋଶୀଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ।
ଧନୁ
ଧନୁ
ମୂଳା ନକ୍ଷତ୍ର କେଚରି ମାମଲାର ଟେନ୍‌ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହେବ। ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ ଯାହାକି ବନ୍ଧୁଙ୍କ ମନକୁ ପାଇବ। ପ୍ରକାଶନ, ଏଜେନଶିପ୍‌, ବେତାର,ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ମକର
ମକର
ଯେତେ ଭଲ କାମ କଲେ ମଧ୍ୟ ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ହେବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବେ। ଶ୍ରବଣା ନକ୍ଷତ୍ର ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହୋଇପାରନ୍ତି। ପିଲାଙ୍କ ବିଷୟ, ହଜି ଯାଇଥିବା ଜିନିଷ, ପାଇଁ ବ୍ୟସ୍ତତା ବଢିବ।
କୁମ୍ଭ
କୁମ୍ଭ
ଆଜି ଅନୁକୂଳ ବାତାବରଣରେ ସ୍ଥଗିତ କାମ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ଶତଭିଷା ନକ୍ଷତ୍ର ସାହିତ୍ୟ,ସାମ୍ବାଦିତା,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡିହେବ ନାହିଁ।
ମୀନମୀନ

ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ରେବତୀ ନକ୍ଷତ୍ର ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଆତ୍ମୀୟମାନଙ୍କ ସହ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।

The post ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope appeared first on Dharitri Odia News.