ରାଶିଫଳ: ସୋମବାର, ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ର ଯୋଗୁ ମିଠାକଥା କହି କାମ ହାସଲ କରିବାର ପ୍ରକୃଷ୍ଟ ଦିନଟିଏ। ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଅଭିବୃଦ୍ଧି ଅବଶ୍ୟମ୍ଭାବୀ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ପରିବହନ, ବନ୍ଧୁ ବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ସବୁ କଥାକୁ ଭଲରୂପେ ବିଚାର ନ କଲେ ଅସୁବିଧା ଭୋଗିବେ। ବୃଷ ଉଚ୍ଚସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡିପାରେ। ଏକ ନିର୍ଦ୍ଦିଷ୍ଟ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବାଟକୁ […] The post ରାଶିଫଳ: ସୋମବାର, ଜୁନ୍ ୨୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଜୁନ୍ ୨୩ ତାରିଖ – Daily Horoscope
ମେଷ
ଆଜି ମୁଖଭାବସ୍ଥ ଚନ୍ଦ୍ର ଯୋଗୁ ମିଠାକଥା କହି କାମ ହାସଲ କରିବାର ପ୍ରକୃଷ୍ଟ ଦିନଟିଏ। ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଅଭିବୃଦ୍ଧି ଅବଶ୍ୟମ୍ଭାବୀ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ପରିବହନ, ବନ୍ଧୁ ବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ସବୁ କଥାକୁ ଭଲରୂପେ ବିଚାର ନ କଲେ ଅସୁବିଧା ଭୋଗିବେ।
ବୃଷ
ବୃଷ
ଉଚ୍ଚସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡିପାରେ। ଏକ ନିର୍ଦ୍ଦିଷ୍ଟ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ରହିବନାହିଁ। ରବି ଓ ବୁଧଙ୍କ ସ୍ଥିତି ପାରିବାରିକ ଓ କର୍ମକ୍ଷେତ୍ରକୁ ନିରୁପଦ୍ରବ ରଖିବ।
ମିଥୁନ
ମିଥୁନ
ରାଶ୍ୟାଧିପତି ସ୍ବଗୃହୀ ଯୋଗୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ। କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ସଙ୍କୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଆଜି ଲାଭଭାବରେ ଚନ୍ଦ୍ର ଥିବା ଯୋଗୁ ମନ ଚାହୁଁଥିବା ଜିନିଷ ଲାଭକରି ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟହାନିଜନିତ ଧୈର୍ଯ୍ୟଚ୍ୟୁତି ସାଙ୍ଗକୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ କିଛି ସମସ୍ୟା ଦେଖାଦେଇପାରେ।
ସି˚ହ
ସି˚ହ
ଧନାଧିପତିଙ୍କ ସହିତ ରାଶ୍ୟାଧିପତିଙ୍କ ସଂଯୋଗ ଅର୍ଥ ସହ ସମ୍ମାନ ଲାଭରେ ସହାୟକ ହେବେ। କିନ୍ତୁ ଶନି ପ୍ରଭାବରେ କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି। ଯାତ୍ରା, ବାଣିଜ୍ୟ, ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପାରିବାରିକ ସମସ୍ୟା ସୁଧାରିବା ଲାଗି ବନ୍ଧୁଙ୍କ ସାହାଯ୍ୟ ଦରକାର ପଡିପାରେ।
କନ୍ୟା
କର୍ମକ୍ଷେତ୍ରରେ ବୁଧାଦିତ୍ୟ ଯୋଗ ହେତୁ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ଶନିଙ୍କ ଦୁର୍ବଳତାଜନିତ ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ଓ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣରେ ଚିନ୍ତିତ ରହିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଧୀରସ୍ଥିର ମନ ନେଇ କାମକଲେ ସମସ୍ୟା ସମାଧାନ ହେବ।
ତୁଳା
ତୁଳା
ରାଶି ପ୍ରତି ଶୁକ୍ରଙ୍କ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଅଭିଳଷିତ ଜିନିଷ ପାଇ ଖୁସି ହେବେ। ପାପମଧ୍ୟସ୍ଥ ଚନ୍ଦ୍ରଜନିତ ବିଭିନ୍ନ ଅସୁବିଧା ଭିତରେ ମାନସିକ ଅବସ୍ଥା ଭଲ ରହି ନ ପାରେ। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିବେ। ବ୍ୟବସାୟିକ ସ୍ଥିତି ଭଲ ରହିବ ଏବଂ ସଭାସମିତିକୁ ଆହୂତ ହୋଇପାରନ୍ତି।
ବିଛା
ବିଛା
ଚନ୍ଦ୍ରଙ୍କ ସୁପ୍ରଭାବରେ କର୍ମାରମ୍ଭ, ଆନୁଷ୍ଠାନିକ କାମ, ସଭାସମିତି ଓ ଭ୍ରମଣଜନିତ ସୁବିଧା ସୁଯୋଗ ପାଇବେ। ଶନିଙ୍କ ପ୍ରଭାବରେ ପରିବାରରେ ଭୁଲ୍‍ ବୁଝାମଣା ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟ ଓ ସ୍ଥଗିତ କାର୍ଯ୍ୟ ସକାଶେ ବିଚଳିତ ରହିବେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଦୂରେଇ ଯାଇପାରେ।
ଧନୁ
ଧନୁ
କର୍ମଜଞ୍ଜାଳ ବଢ଼ିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧ୍ୟ ବାଧକତାରେ ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କକୁ ନେଇ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି।
ମକର
ମକର
ଚନ୍ଦ୍ରଙ୍କ ଶୁଭତ୍ୱରୁ ମନ ପ୍ରଫୁଲ୍ଲ ରହିବ ଏବଂ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଟିକିଏ କଥାରେ ରାଗିଯାଇ ଯାହାତାହା କହି ପକାଇବା ଦ୍ୱାରା ସମସ୍ୟା ଆସିପାରେ। ଆତ୍ମୀୟମାନେ ସହଯୋଗ ପ୍ରଦାନ କରି ଆପଣଙ୍କ କାମକୁ ସୁଗମ କରିପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ରାହୁଙ୍କ ପ୍ରଭାବଜନିତ ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ କିଛି କ୍ଷତି କରିପାରିବେ ନାହିଁ। ପାରିବାରିକ ସ୍ଥିତି ଭଲ ରହିବା ସହ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବେ। ସାଧାରଣ କଥାରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବା ଆଶା ରହିଛି।
ମୀନମୀନ

ଶନି ଓ ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ସମସ୍ୟାକୁ ପ୍ରତିହତ କରି ଆଗକୁ ବଢିବାକୁ ପଦକ୍ଷେପ ନେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବା ଆଶଙ୍କା ରହିଛି। ଚେଷ୍ଟା କରୁଥିବା କାମରେ ସଫଳତା ହେତୁ ଖୁସି ହେବେ।

The post ରାଶିଫଳ: ସୋମବାର, ଜୁନ୍ ୨୩ ତାରିଖ – Daily Horoscope appeared first on Dharitri Odia News.