ରାସ୍ତାରୁ ମହିଳାଙ୍କ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ନୟାଗଡ଼: ରାସ୍ତାରୁ ଉଦ୍ଧାର ହେଲା ମହିଳାଙ୍କ ମହିଳାଙ୍କ ମୃତଦେହ । ଗୁରୁବାର ଅପରାହ୍ନରେ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା କୁଝାମେଣ୍ଢି ପଞ୍ଚାୟତ ଗଙ୍ଗାଡିହ ଗାଁ ନିକଟସ୍ଥ ରାସ୍ତାରେ ଜଣେ ଅଜଣା ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି।ମୃତ ମହିଳା ଜଣକ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ମୃତ ମହିଳାଙ୍କ ବୟସ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ଏବଂ ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ ବୋଲି ନୟାଗଡ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ।
ନୟାଗଡ଼: ରାସ୍ତାରୁ ଉଦ୍ଧାର ହେଲା ମହିଳାଙ୍କ ମହିଳାଙ୍କ ମୃତଦେହ । ଗୁରୁବାର ଅପରାହ୍ନରେ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା କୁଝାମେଣ୍ଢି ପଞ୍ଚାୟତ ଗଙ୍ଗାଡିହ ଗାଁ ନିକଟସ୍ଥ ରାସ୍ତାରେ ଜଣେ ଅଜଣା ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି।
ମୃତ ମହିଳା ଜଣକ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ମୃତ ମହିଳାଙ୍କ ବୟସ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ଏବଂ ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ ବୋଲି ନୟାଗଡ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ।