ରିମାଣ୍ଡରେ ଆସିବେ ଅଭିଯୁକ୍ତ, ହତ୍ୟା ପଛର ସତ ବାହାର କରିବାକୁ ଉଦ୍ୟମ କରିବ ପୋଲିସ
ଖୋର୍ଦ୍ଧା: ମୁକୁନ୍ଦପ୍ରସାଦରେ ଯୁବକଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍, ମୁକେଶ ଓ ଆକାଶଙ୍କୁ ଅଧିକ ପଚରାଉଚୁରା ପାଇଁ କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ । ରିମାଣ୍ଡରେ ଆଣି କ୍ରାଇମ୍ ସିନ ରିକ୍ରିଏସନ୍ କରାଯିବ। କିଭଳି ବିଶ୍ୱଜିତ୍ ତାକୁ ରବିବାର ଦିନ ୧୨ ଟାରେ ଫୋନ୍ କରି ଡାକିଥିଲେ। କଣ ପ୍ରସ୍ତୁତି ଥିଲା ? କିଭଳି ହତ୍ୟା କଲା ? ଆଉ କିଏ ସବୁ ଥିଲେ ସାଙ୍ଗରେ ? ହତ୍ୟା ପରେ କିପରି […] The post ରିମାଣ୍ଡରେ ଆସିବେ ଅଭିଯୁକ୍ତ, ହତ୍ୟା ପଛର ସତ ବାହାର କରିବାକୁ ଉଦ୍ୟମ କରିବ ପୋଲିସ appeared first on KNews Odisha.

ଖୋର୍ଦ୍ଧା: ମୁକୁନ୍ଦପ୍ରସାଦରେ ଯୁବକଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍, ମୁକେଶ ଓ ଆକାଶଙ୍କୁ ଅଧିକ ପଚରାଉଚୁରା ପାଇଁ କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ । ରିମାଣ୍ଡରେ ଆଣି କ୍ରାଇମ୍ ସିନ ରିକ୍ରିଏସନ୍ କରାଯିବ। କିଭଳି ବିଶ୍ୱଜିତ୍ ତାକୁ ରବିବାର ଦିନ ୧୨ ଟାରେ ଫୋନ୍ କରି ଡାକିଥିଲେ। କଣ ପ୍ରସ୍ତୁତି ଥିଲା ? କିଭଳି ହତ୍ୟା କଲା ? ଆଉ କିଏ ସବୁ ଥିଲେ ସାଙ୍ଗରେ ? ହତ୍ୟା ପରେ କିପରି କ୍ରାଇମ୍ ସିନରୁ ଫେରାର ହେଲେ? କିଏ ତାଙ୍କୁ ଲୁଚାଇଥିଲେ?କଣ ରହିଛି ପଥର ମାଫିଆଙ୍କ ଲିଙ୍କ?. ସାଜିଦ ସହ ବିଶ୍ୱଜିତ୍, ମୁକେଶ, ଆକାଶର କଣ ରହିଛି ବ୍ୟବସାୟିକ ଶତ୍ରୁତା? ଏସବୁ ଦିଗରୁ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ ।
ପ୍ରାଥମିକ ତଦନ୍ତରେ ମିଳିଥିବା ସୁରାକକୁ ଏହା ଅଧିକ ବଳିଷ୍ଠ କରିବ । ମୁକୁନ୍ଦପ୍ରସାଦରେ ଯୁବକଙ୍କୁ ହତ୍ୟା ଘଟଣା ଓ ପରବର୍ତ୍ତୀ ହିଂସା ବେଶ ଚାଲେଞ୍ଜିଂ ଥିଲା । ହତ୍ୟା ପରେ ତୁରନ୍ତ ଅସ୍ଥାୟୀ କ୍ୟାମ୍ପ, ପୋଲିସ ପାଟ୍ରୋଲିଂ, ୧୫ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଥିଲା । ପରେ ଘଟଣାରେ ୩ ଅଭିଯୁକ୍ତ ଗିରଫ କରାଯାଇଥିଲା ।
The post ରିମାଣ୍ଡରେ ଆସିବେ ଅଭିଯୁକ୍ତ, ହତ୍ୟା ପଛର ସତ ବାହାର କରିବାକୁ ଉଦ୍ୟମ କରିବ ପୋଲିସ appeared first on KNews Odisha.