ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ, କାହାର ରହିଛି ହାତ? ଭିଡିଓ ଭାଇରଲ

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି  । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।  ତାଙ୍କ ସହିତ ଜଡିତ ଥିବା ଲିମୋଜିନର ବିସ୍ଫୋରଣ ହୋଇଥିବା ଜଣାପଡିଛି । ମସ୍କୋ  ସ୍ଥିତ FSB ହେଡକ୍ବାଟର୍ସ ଆଗରେ ବିସ୍ଫୋରଣ ଘଟିଛି  । ବିସ୍ଫୋରଣରେ  ନିଆଁ ଲାଗି ଲିମୋଜିନ ଛାରଖାର ହୋଇଛି।  ତେବେ ବିସ୍ପୋରଣ ବେଳେ କାରରେ ପୁଟିନ ନ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ […] The post ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ, କାହାର ରହିଛି ହାତ? ଭିଡିଓ ଭାଇରଲ appeared first on KNews Odisha.

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ, କାହାର ରହିଛି ହାତ? ଭିଡିଓ ଭାଇରଲ

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି  । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।  ତାଙ୍କ ସହିତ ଜଡିତ ଥିବା ଲିମୋଜିନର ବିସ୍ଫୋରଣ ହୋଇଥିବା ଜଣାପଡିଛି । ମସ୍କୋ  ସ୍ଥିତ FSB ହେଡକ୍ବାଟର୍ସ ଆଗରେ ବିସ୍ଫୋରଣ ଘଟିଛି  । ବିସ୍ଫୋରଣରେ  ନିଆଁ ଲାଗି ଲିମୋଜିନ ଛାରଖାର ହୋଇଛି।  ତେବେ ବିସ୍ପୋରଣ ବେଳେ କାରରେ ପୁଟିନ ନ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିସ୍ପୋରଣ ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତିନି ଦିନ ତଳେ ପୁଟିନଙ୍କୁ ହତ୍ୟା ଧମକ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।  ତେଣୁ ଘଟଣା ପଛରେ ୟୁକ୍ରେନ ହାତ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଘଟଣା ସମ୍ପର୍କରେ ମସ୍କୋ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମସ୍କୋର FSB ସ୍ଥିତ ହେଡକ୍ବାଟର୍ସ ଆଗରେ ଲିମୋଜିନ୍ ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣ ହେବା ମାତ୍ରେ ସ୍ଥାନୀୟ ଲୋକେ ସେହି ସ୍ଥାନରୁ ପଳାଇ ଯାଇଥିଲେ । ସେଠାରେ ପୁଟିନଙ୍କ କାର ଥିଲା । ଯାହାର ମୂଲ୍ୟ $୩୫୭,୦୦୦ ଆଉରସ୍ ସେନାଟ୍ ଥିଲା । କାରଟିରେ ଅଜଣା ଲୋକେ ରହିଥିଲେ କିନ୍ତୁ ଏହି ଅଗ୍ନିକାଣ୍ଡରେ କାହାର ଜୀବନହାନୀ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡିନାହିଁ ।

ଅନ୍ୟପଟେ ତିନି ଦିନ ତଳେ ପୁଟିନଙ୍କୁ ହତ୍ୟା ଧମକ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ବର୍ତ୍ତମାନ ୟୁକ୍ରେନ୍ ସହିତ ରୁଷର ଯୁଦ୍ଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁଦ୍ଧ ସହ ପୁଟିନଙ୍କ ମୃତ୍ୟୁ ସୁନିଶ୍ଚିନ୍ତ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଜେଲେନସ୍କି ।

Also Read : ଛାରଖାର ମିଆଁମାର: ମୃତ୍ୟୁ ସଂଖ୍ୟା ୧୬୪୪କୁ ବୃଦ୍ଧି, ଧ୍ବଂସ ସ୍ତୁପ ତଳୁ ଚାଲିଛି ଜୀବନ ଖୋଜା

The post ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ, କାହାର ରହିଛି ହାତ? ଭିଡିଓ ଭାଇରଲ appeared first on KNews Odisha.