ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲା: ସ୍ବୀକାର କଲେ ଏଲଭିସ୍

ନୂଆଦିଲ୍ଲୀ: ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ଯୁବର ଏଲଭିସ ଯାଦବ ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ସ୍ବୀକାର କରିଛନ୍ତି । ଗତକାଲି ଏଲଭିସ ଯାଦବଙ୍କୁ ଉତ୍ତରପ୍ରଦେଶ ନୋଏଡା ପୋଲିସ ଗିରଫ କରିଥିଲା। ସାପ ବିଷ ଯୋଗାଉଥିବା ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଏହାସହ  ଗତବର୍ଷ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସେ ଜାଣିଥିବା ମଧ୍ୟ ସ୍ବୀକାର କରିଛନ୍ତି।  ୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା […]

ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲା: ସ୍ବୀକାର କଲେ ଏଲଭିସ୍
Rave Party snake Poisoning Case Elvis yadav Admits

ନୂଆଦିଲ୍ଲୀ: ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ଯୁବର ଏଲଭିସ ଯାଦବ ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ସ୍ବୀକାର କରିଛନ୍ତି । ଗତକାଲି ଏଲଭିସ ଯାଦବଙ୍କୁ ଉତ୍ତରପ୍ରଦେଶ ନୋଏଡା ପୋଲିସ ଗିରଫ କରିଥିଲା। ସାପ ବିଷ ଯୋଗାଉଥିବା ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଏହାସହ  ଗତବର୍ଷ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସେ ଜାଣିଥିବା ମଧ୍ୟ ସ୍ବୀକାର କରିଛନ୍ତି।  ୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା ନେଇ ଅସ୍ବୀକାର କରିଥିଲେ। ରେଭ ପାର୍ଟିରୁ ହିଁ ଅଭିଯୁକ୍ତଙ୍କୁ ଜାଣିଥିବା ବର୍ତ୍ତମାନ ପୋଲିସ ସାମ୍ନାରେ ମାନିଛନ୍ତି ଏଲଭିସ।

ସୂଚନାନୁସାରେ, କିଛି ମାସ ପୂର୍ବେ ନୋଏଡାର ସେକ୍ଟର-୪୯ରେ ରେଭ ପାର୍ଟି ଚାଲିଥିଲା। ଖବର ପାଇ ପୁଲିସ ପହଞ୍ଚି ୫ ଜଣଙ୍କୁ ଗିରଫ କରିଥିଲା। ଯଦିଓ ଘଟଣା ସମୟରେ ଏଲଭିଶ ସେଠାରେ ଉପସ୍ଥିତ ନ ଥିଲେ। ପରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ପୁଲିସ ଘଟଣାସ୍ଥଳରୁ ଅନେକ ସାପକୁ ଉଦ୍ଧାର କରିଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ନିକଟରୁ ୨୦ ମିଲିଲିଟର ବିଷ ଏବଂ ୯ଟି ଜୀବନ୍ତ ସାପ ଜବତ କରାଯାଇଛି। ଏଥିରେ ୫ଟି କୋବ୍ରା, ଗୋଟିଏ ଅଜଗର, ଦୁଇଟି ଦୁଇ ମୁଣ୍ଡିଆ ସାପ ଏବଂ ଗୋଟିଏ ର‍୍ୟାଟ୍‌ ସ୍ନେକ୍‌ ଅନ୍ତର୍ଭୁକ୍ତ ଅଛି। ଅଭିଯୁକ୍ତମାନେ ଏହି ସାପମାନଙ୍କୁ ନିଶା ପାଇଁ ବ୍ୟବହାର କରୁଥିଲେ। ଦେଶରେ ବେଆଇନ ଭାବେ ସାପ ରଖିବା ଏକ ଅପରାଧ। ଏଭଳି ପରିସ୍ଥିତିରେ ଏଲ୍‌ଭିଶଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରା ଏବଂ ଆଇପିସି ଧାରା ୧୨୦-ବି ଅଧୀନରେ ମାମଲା ରୁଜୁ କରାଯାଇଛି।