ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ୩ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ
କାଲିମେଳା: ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଲକ ଅଧୀନ ୩୨୬ ନମ୍ବର ଜାତୀୟ ରାଜ ପଥର ଉପରେ ଥୁବା କାଙ୍ଗୁରୁକୋଣ୍ଡା ପୋଲ ବୁଡ଼ଯାଇଛି। ବର୍ତ୍ତମାନ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି Iଫଳରେ ମାଲକାନଗିରି ଜିଲ୍ଲା ସହିତ କାଲିମେଳା ବ୍ଲକ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି କାଲିମେଳା ବ୍ଲକ ସହିତ ପଡ଼ିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ୍ୟ ୨ରୁ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି I ଫଳରେ କାଲିମେଳା ବ୍ଲକ ସହ ପଡିଆ ବ୍ଲକର ଯୋଗାଯୋଗ ବନ୍ଦ ହୋଇଯାଇଛି।ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସହିତ ଜିଲ୍ଲାର ମାଲକାନଗିରି ଯୋଗାଯୋଗ ବନ୍ଦ ରହିଛି। ବନ୍ୟା ଜଳ ପ୍ରବାହିତ ହେଉଥିବା କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଘରୋଇ, ସରକାରୀ ବସଗୁଡ଼ିକ ଅଟକି ରହିଛି। ପରିସ୍ଥିତିକୁ ଦୃଷ୍ଟି ରଖି ପୋଲିସ ପୋଲ ନିକଟରେ ମୁତୟନ ଅଛନ୍ତି ଓ ଅମାନ୍ୟମାନଙ୍କୁ ପୋଲରେ ପାରି ନହେବାକୁ ସତର୍କ କରୁଛନ୍ତି।
କାଲିମେଳା: ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଲକ ଅଧୀନ ୩୨୬ ନମ୍ବର ଜାତୀୟ ରାଜ ପଥର ଉପରେ ଥୁବା କାଙ୍ଗୁରୁକୋଣ୍ଡା ପୋଲ ବୁଡ଼ଯାଇଛି। ବର୍ତ୍ତମାନ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି I
ଫଳରେ ମାଲକାନଗିରି ଜିଲ୍ଲା ସହିତ କାଲିମେଳା ବ୍ଲକ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି କାଲିମେଳା ବ୍ଲକ ସହିତ ପଡ଼ିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ୍ୟ ୨ରୁ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି I ଫଳରେ କାଲିମେଳା ବ୍ଲକ ସହ ପଡିଆ ବ୍ଲକର ଯୋଗାଯୋଗ ବନ୍ଦ ହୋଇଯାଇଛି।
ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସହିତ ଜିଲ୍ଲାର ମାଲକାନଗିରି ଯୋଗାଯୋଗ ବନ୍ଦ ରହିଛି। ବନ୍ୟା ଜଳ ପ୍ରବାହିତ ହେଉଥିବା କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଘରୋଇ, ସରକାରୀ ବସଗୁଡ଼ିକ ଅଟକି ରହିଛି। ପରିସ୍ଥିତିକୁ ଦୃଷ୍ଟି ରଖି ପୋଲିସ ପୋଲ ନିକଟରେ ମୁତୟନ ଅଛନ୍ତି ଓ ଅମାନ୍ୟମାନଙ୍କୁ ପୋଲରେ ପାରି ନହେବାକୁ ସତର୍କ କରୁଛନ୍ତି।