ଲାଲ୍ ହେବ କାଳିଆ ସାଆନ୍ତଙ୍କ ପାଟି, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦେଲେ ବିଡିଆପାନ

ପୁରୀ ୧୩/୦୬: ଆଜି ପହିଲି ରଜ । ରଜରେ ପାନ ଖାଇବାର ପରମ୍ପରା ଥାଏ । ଘରେ ଘରେ ହେଉ ବା ଦୋକାନରେ ପାନର ଆସର ଲାଗେ । ରଜ ଉତ୍ସବର ପ୍ରଥମ ଦିନରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଭକ୍ତ ଅର୍ପଣ କରିଛନ୍ତି ବିଡ଼ିଆପାନ। ଭୁବନେଶ୍ୱରର ଭକ୍ତ ଜିତେନ୍ଦ୍ର ମହାନ୍ତି ୫୦୦ ରୁ ଉର୍ଦ୍ଧ୍ୱ ବିଡିଆ ପାନ ପବିତ୍ର ମନୋଭାବରେ ଆଣି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ପୂଜାପଣ୍ଡା ସେବକଙ୍କ ଦ୍ବାରା ଏହି ପାନକୁ ଚକ୍ରମଣୋହୀ କରାଯାଇଥିଲା । ଦାତା ଜିତେନ୍ଦ୍ର ପାନ ଓ ପ୍ରିୟତମା ଉପରକେ ପୁସ୍ତକଟିଏ ଲେଖିଛନ୍ତି । ତାହା ଉନ୍ମୋଚନ କରିବା ପୂର୍ବରୁ ପାନ ଆଣି ମହାପ୍ରଭୁଙ୍କୁ ଭୋଗ ଲଗାଇ ଭୁବନେଶ୍ୱରରେ ଜଗନ୍ନାଥଙ୍କ ଭକ୍ତଙ୍କୁ ବଣ୍ଟନ କରାଯିବ ବୋଲି କହିଛନ୍ତି ଚୂନରା ସେବାୟତ ଶରତ ମହାନ୍ତି। 

ଲାଲ୍ ହେବ କାଳିଆ ସାଆନ୍ତଙ୍କ ପାଟି, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦେଲେ ବିଡିଆପାନ

ପୁରୀ ୧୩/୦୬: ଆଜି ପହିଲି ରଜ । ରଜରେ ପାନ ଖାଇବାର ପରମ୍ପରା ଥାଏ । ଘରେ ଘରେ ହେଉ ବା ଦୋକାନରେ ପାନର ଆସର ଲାଗେ । ରଜ ଉତ୍ସବର ପ୍ରଥମ ଦିନରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଭକ୍ତ ଅର୍ପଣ କରିଛନ୍ତି ବିଡ଼ିଆପାନ। ଭୁବନେଶ୍ୱରର ଭକ୍ତ ଜିତେନ୍ଦ୍ର ମହାନ୍ତି ୫୦୦ ରୁ ଉର୍ଦ୍ଧ୍ୱ ବିଡିଆ ପାନ ପବିତ୍ର ମନୋଭାବରେ ଆଣି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। 

ପୂଜାପଣ୍ଡା ସେବକଙ୍କ ଦ୍ବାରା ଏହି ପାନକୁ ଚକ୍ରମଣୋହୀ କରାଯାଇଥିଲା । ଦାତା ଜିତେନ୍ଦ୍ର ପାନ ଓ ପ୍ରିୟତମା ଉପରକେ ପୁସ୍ତକଟିଏ ଲେଖିଛନ୍ତି । ତାହା ଉନ୍ମୋଚନ କରିବା ପୂର୍ବରୁ ପାନ ଆଣି ମହାପ୍ରଭୁଙ୍କୁ ଭୋଗ ଲଗାଇ ଭୁବନେଶ୍ୱରରେ ଜଗନ୍ନାଥଙ୍କ ଭକ୍ତଙ୍କୁ ବଣ୍ଟନ କରାଯିବ ବୋଲି କହିଛନ୍ତି ଚୂନରା ସେବାୟତ ଶରତ ମହାନ୍ତି।