ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ରୋଷେୟା। ଏ ନେଇ ମହିଳା ଜଣକ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ କିଛି ମାସ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଗତ ଜୁଲାଇରେ ବଳପୂର୍ବକ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ […] The post ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା appeared first on Dharitri Odia News.

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ରୋଷେୟା। ଏ ନେଇ ମହିଳା ଜଣକ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ କିଛି ମାସ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଗତ ଜୁଲାଇରେ ବଳପୂର୍ବକ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ବଦନାମ କରିଦେବେ ବୋଲି ଧମକ ଦେଉଥିଲେ। ଲୋକଲଜ୍ଜା ଭୟରେ ସେ ଅଭିଯୋଗ କରୁ ନ ଥିଲେ। ଶିକ୍ଷକ ଜଣକ ବାରମ୍ବାର ନିର୍ଯାତନା ଦେବାରୁ ଏଥିରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକଙ୍କୁ ଶିକ୍ଷକଙ୍କ କାର୍ଯ୍ୟକଳାପ ବିଷୟରେ ଜଣାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସୋମବାର ଚନ୍ଦ୍ରପୁର ଥାନାକୁ ଯାଇ ଶିକ୍ଷକଙ୍କ ବିରୋଧରେ ଲିଖିତ ଭାବରେ ଅଭିଯୋଗ କରିଥିବା ସେ କହିଛନ୍ତି। ଏ ନେଇ ସହକାରୀ ଶିକ୍ଷକ ପାଢ଼ୀଙ୍କୁ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ରୋଷେୟାଙ୍କୁ ନିଜ କାର୍ଯ୍ୟରେ ଅବହେଳା କରୁଥିବା ନେଇ ମୁ ତାଗିଦ କରୁଥିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ମୋ ବିରୋଧରେ ଏଭଳି ଅଭିଯୋଗ କରିଥିବା କହିଛନ୍ତି। ଚନ୍ଦ୍ରପୁର ପୋଲିସ ଏ ନେଇ କେସ୍‌ ନଂ. ୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି। ଶିକ୍ଷକ ପାଢ଼ୀ ବର୍ତ୍ତମାନ ଫେରାର ଥିବା ସେ କହିଛନ୍ତି।

The post ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା appeared first on Dharitri Odia News.