ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧: ୨୦୨୨ ଜୁନ୍‌ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ପ୍ରକୃତ ରାଜନୈତିକ ଦଳ ଘୋଷଣା କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏକନାଥ ଓ ତାଙ୍କ ବିଧାୟକମାନଙ୍କୁ ଏନେଇ ଜବାବ ମାଗିଛନ୍ତି। ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ […] The post ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ appeared first on Dharitri Odia News.

ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧: ୨୦୨୨ ଜୁନ୍‌ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ପ୍ରକୃତ ରାଜନୈତିକ ଦଳ ଘୋଷଣା କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏକନାଥ ଓ ତାଙ୍କ ବିଧାୟକମାନଙ୍କୁ ଏନେଇ ଜବାବ ମାଗିଛନ୍ତି। ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ସିଙ୍ଘଭି କୋର୍ଟରେ ଯୁକ୍ତି ବାଢ଼ିଥିଲେ। ବମ୍ବେ ହାଇକୋର୍ଟ ପିଟିଶନ୍‌ ଶୁଣାଣି କରିପାରିବେ ବୋଲି ଖଣ୍ଡପୀଠ କହିଥିବାବେଳେ ବରିଷ୍ଠ ଉଦ୍ଧବଙ୍କ ଗୋଷ୍ଠୀର ଆଇନଜୀବୀମାନେ ଏହାକୁ ବିରୋଧ କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବାଚସ୍ପତି ନିଷ୍ପତ୍ତି ନେଇଥିଲେ। ତେଣୁ ହାଇକୋର୍ଟକୁ ଗଲେ ଶୁଣାଣି ବିଳମ୍ବ ହେବ ବୋଲି ସିବଲ କହିଥିଲେ।

The post ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ appeared first on Dharitri Odia News.