ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ…

ମହାକାଳପଡ଼ା,୪।୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଉପକୂଳ ଅଞ୍ଚଳ ରାମଚଣ୍ଡି ଗଳିଆ ନଦୀରେ ବୁଧବାର ସକାଳୁ କୁମ୍ଭୀର ଆକ୍ରମଣରେ ଶୌଚ ହେବାକୁ ଯାଇଥିବା ତୁଷାର ମଣ୍ଡଳ(୩୮) ଆହତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଆହତ ତୁଷାର ନିଜ ଧାନ ଫସଲକୁ ଯାଇଥିଲେ। ନିକଟ ନଦୀରେ ଶୌଚ ହେବାକୁ ଯାଇଥିବାବେଳେ ବଉଳା କୁମ୍ଭୀର ତାଙ୍କ ହାତକୁ ନଦୀକୁ ଟାଣି ଟାଣି ଦଶ ଫୁଟ ପର୍ଯ୍ୟନ୍ତ ନେଇଥିଲା। କୁମ୍ଭୀର ସହିତ ତୁଷାରଙ୍କ […] The post ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ… appeared first on Dharitri Odia News.

ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ…

ମହାକାଳପଡ଼ା,୪।୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଉପକୂଳ ଅଞ୍ଚଳ ରାମଚଣ୍ଡି ଗଳିଆ ନଦୀରେ ବୁଧବାର ସକାଳୁ କୁମ୍ଭୀର ଆକ୍ରମଣରେ ଶୌଚ ହେବାକୁ ଯାଇଥିବା ତୁଷାର ମଣ୍ଡଳ(୩୮) ଆହତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଆହତ ତୁଷାର ନିଜ ଧାନ ଫସଲକୁ ଯାଇଥିଲେ। ନିକଟ ନଦୀରେ ଶୌଚ ହେବାକୁ ଯାଇଥିବାବେଳେ ବଉଳା କୁମ୍ଭୀର ତାଙ୍କ ହାତକୁ ନଦୀକୁ ଟାଣି ଟାଣି ଦଶ ଫୁଟ ପର୍ଯ୍ୟନ୍ତ ନେଇଥିଲା। କୁମ୍ଭୀର ସହିତ ତୁଷାରଙ୍କ କିଛି ସମୟ ଟଣାଟଣି ହୋଇ ଥିଲେ। ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତାଙ୍କ ହାତରେ ୨୦ ଷ୍ଟିଚ ପଡ଼ିଛି। ବନ ବିଭାଗ ପକ୍ଷରୁ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

The post ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ… appeared first on Dharitri Odia News.