ଶ୍ରୀମନ୍ଦିରରେ ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀଙ୍କଠାରୁ ଜୁଆରେ ହାରି ବନ୍ଧା ପଡିବେ ଶ୍ରୀମାଧବ

ପୁରୀ ୧୭/୧୦: ଶ୍ରୀମନ୍ଦିରରେ ଆଜି କୁମାର ପୂର୍ଣ୍ଣିମା ନୀତି । ଏହି ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ନଗର ପରିକ୍ରମା କରିବେ ଶ୍ରୀସୁଦର୍ଶନ ଦେବ । ଶ୍ରୀକ୍ଷେତ୍ରର ପୁରାଣ ପ୍ରସିଦ୍ଧ ଆଶ୍ରମରେ ଶ୍ରୀସୁଦର୍ଶନ ପ୍ରଭୁ ବିଜେ ହେବେ । ଉକ୍ତ ଦିନ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ଦ୍ୟୁତକ୍ରିଡ଼ା ପ୍ରତିଯୋଗିତା ହେବ । ଦେବଦମ୍ପତିଙ୍କ ପକ୍ଷରୁ ବରିଷ୍ଠ ସେବାୟତ ଖେଳିବେ । ପୂର୍ଣ୍ଣମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଲକ୍ଷ୍ମୀ ସରସ୍ୱତୀ ଖଟଶେଯ ଉପରେ ବିଜେ ହେବେ । ରତ୍ନସିଂହାସନରୁ ଶ୍ରୀସୁଦର୍ଶନଦେବଙ୍କୁ ବିଜେ କରାଇ ଆଣି ଚଉଦଳରେ ରୁନ୍ଧିବେ ଦଇତାପତିମାନେ । ଘଣ୍ଟ ଘଣ୍ଟା  ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବ ବଡ଼ଦେଉଳ ପରିକ୍ରମା  କରି ଆଶ୍ରମରେ ବିଜେ ହେବେ । ସେଠାରେ ପାରମ୍ପରିକ ଦେବନୀତି ସମ୍ପନ୍ନ ହେବ । ଠାକୁରେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମା’  ଲକ୍ଷ୍ମୀ ସରସ୍ୱତୀଙ୍କୁ ସିଂହାସନରେ ବିଜେ କରାଯିବ । ପରେ ଦକ୍ଷିଣୀଘରୁ ଶ୍ରୀମଦନମୋହନ ବିଜେ ହେବେ । ଏହାପରେ ମା’ଲକ୍ଷ୍ମୀ ଓ ଶ୍ରୀମଦନମୋହନଙ୍କୁ  ଆଜ୍ଞାମାଳ ଅର୍ପଣ କରାଯିବ । ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରରେ ଦେବ ଦମ୍ପତି ପାରମ୍ପରିକ ଖେଳ ଖେଳିବେ । ଦେବ ଦମ୍ପତିଙ୍କ ପକ୍ଷରୁ ସେବକମାନେ କ୍ରୀଡାରେ ଅଂଶଗ୍ରହଣ କରିବେ। ପୁନର୍ବାର ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପରେ  ଦିଅଁମାନଙ୍କ ତର

ଶ୍ରୀମନ୍ଦିରରେ ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀଙ୍କଠାରୁ ଜୁଆରେ ହାରି ବନ୍ଧା ପଡିବେ ଶ୍ରୀମାଧବ

ପୁରୀ ୧୭/୧୦: ଶ୍ରୀମନ୍ଦିରରେ ଆଜି କୁମାର ପୂର୍ଣ୍ଣିମା ନୀତି । ଏହି ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ନଗର ପରିକ୍ରମା କରିବେ ଶ୍ରୀସୁଦର୍ଶନ ଦେବ । ଶ୍ରୀକ୍ଷେତ୍ରର ପୁରାଣ ପ୍ରସିଦ୍ଧ ଆଶ୍ରମରେ ଶ୍ରୀସୁଦର୍ଶନ ପ୍ରଭୁ ବିଜେ ହେବେ । ଉକ୍ତ ଦିନ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ଦ୍ୟୁତକ୍ରିଡ଼ା ପ୍ରତିଯୋଗିତା ହେବ । ଦେବଦମ୍ପତିଙ୍କ ପକ୍ଷରୁ ବରିଷ୍ଠ ସେବାୟତ ଖେଳିବେ । 

ପୂର୍ଣ୍ଣମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଲକ୍ଷ୍ମୀ ସରସ୍ୱତୀ ଖଟଶେଯ ଉପରେ ବିଜେ ହେବେ । ରତ୍ନସିଂହାସନରୁ ଶ୍ରୀସୁଦର୍ଶନଦେବଙ୍କୁ ବିଜେ କରାଇ ଆଣି ଚଉଦଳରେ ରୁନ୍ଧିବେ ଦଇତାପତିମାନେ । ଘଣ୍ଟ ଘଣ୍ଟା  ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବ ବଡ଼ଦେଉଳ ପରିକ୍ରମା  କରି ଆଶ୍ରମରେ ବିଜେ ହେବେ । ସେଠାରେ ପାରମ୍ପରିକ ଦେବନୀତି ସମ୍ପନ୍ନ ହେବ । 

ଠାକୁରେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମା’  ଲକ୍ଷ୍ମୀ ସରସ୍ୱତୀଙ୍କୁ ସିଂହାସନରେ ବିଜେ କରାଯିବ । ପରେ ଦକ୍ଷିଣୀଘରୁ ଶ୍ରୀମଦନମୋହନ ବିଜେ ହେବେ । ଏହାପରେ ମା’ଲକ୍ଷ୍ମୀ ଓ ଶ୍ରୀମଦନମୋହନଙ୍କୁ  ଆଜ୍ଞାମାଳ ଅର୍ପଣ କରାଯିବ । ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରରେ ଦେବ ଦମ୍ପତି ପାରମ୍ପରିକ ଖେଳ ଖେଳିବେ । ଦେବ ଦମ୍ପତିଙ୍କ ପକ୍ଷରୁ ସେବକମାନେ କ୍ରୀଡାରେ ଅଂଶଗ୍ରହଣ କରିବେ। 

ପୁନର୍ବାର ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପରେ  ଦିଅଁମାନଙ୍କ ତରଫରୁ ସେବକମାନେ ପାରମ୍ପରିକ ଦ୍ୟୂତ କ୍ରୀଡା ଖେଳିବେ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ। 

ସେପଟେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଫଳରେ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ସେମାନେ ସଙ୍କଳ୍ପ କରିଛନ୍ତି । ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତୀ । ସେପଟେ ଆଜି ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ଭକ୍ତମାନେ ଯେପରି ମହାପ୍ରସାଦ ପାଇ ପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।