ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ

ପୁରୀ,୩।୩: ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ଥାନା ପୁଲିସ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶୀ ପାସ୍‌ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଛି। ରବିବାର ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିଥିଲେ। ସେମାନଙ୍କ ଭିତରୁ ୪ […] The post ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ appeared first on Dharitri Odia News.

ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ

ପୁରୀ,୩।୩: ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ଥାନା ପୁଲିସ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶୀ ପାସ୍‌ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରବିବାର ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ। ବାକି ୪ ଜଣ ଅଣ ହିନ୍ଦୁ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିବାବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି।

ପରିକ୍ରମା ମାର୍ଗରେ ବସିଥିବା ୪ ଜଣ ବ୍ୟକ୍ତି ଅଣହିନ୍ଦୁ ବୋଲି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ନିଜର ପରିଚୟ ଦେବା ସହିତ ୫ ଜଣ ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ। ଏହାପରେ ସ୍ଥାନୀୟ ଯୁବକମାନେ ସେମାନଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲେ। ସେମାନେ ମହାପ୍ରସାଦ ଧରି ବାହାରିବା ବେଳେ ସେମାନଙ୍କୁ ଧରି ପକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସମସ୍ତ ୯ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

ଅଟକ ଥିବା ୯ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ହିନ୍ଦୁ। ତା’ ନାଁ ହେଉଛି ଦିଲ୍ଲୀପ କୁମାର ସାହ। ତାଙ୍କ ସାଙ୍ଗରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ପୋଲିସ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶ ପାସପୋର୍ଟ ଜବତ କରିଛି। ଅନ୍ୟମାନଙ୍କ ପାସପୋର୍ଟ ହୋଟେଲରେ ଥିବା ଜଣାପଡିଛି।

The post ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ମିଳିଲା ବାଂଲାଦେଶୀ ପାସ୍‌ପୋର୍ଟ appeared first on Dharitri Odia News.