ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର ପରିସରରୁ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହିତ ବରଗଡ଼ ଲୋକମଣ୍ଡପ ପଡିଆକୁ ପହଞ୍ଚିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ହନୁମାନ ଚାଲିଶା ପାଠ କରାଯାଇ ଥିବାବେଳେ ସନ୍ଧ୍ୟାରେ ଲୋକମଣ୍ଡପ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ଥିଲେ। ଶୋଭାଯାତ୍ରାରେ ଶିଶୁମାନେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ […] The post ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର appeared first on Dharitri Odia News.

ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର ପରିସରରୁ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହିତ ବରଗଡ଼ ଲୋକମଣ୍ଡପ ପଡିଆକୁ ପହଞ୍ଚିଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ହନୁମାନ ଚାଲିଶା ପାଠ କରାଯାଇ ଥିବାବେଳେ ସନ୍ଧ୍ୟାରେ ଲୋକମଣ୍ଡପ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ଥିଲେ। ଶୋଭାଯାତ୍ରାରେ ଶିଶୁମାନେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିବା ବେଳେ ଜୟ ଶ୍ରୀରାମ ଧ୍ବନିରେ ସହର କମ୍ପି ଉଠିଥିଲା।

The post ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର appeared first on Dharitri Odia News.