ଶ୍ରୀଲଙ୍କାର ବିରଳ ବୋଲର, ଭାରତ ବିପକ୍ଷରେ ଦୁଇ ହାତରେ କଲେ ବୋଲିଂ
ଭୁବନେଶ୍ୱର,୨୭।୭: ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି୨୦ ମ୍ୟାଚରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଶ୍ରୀଲଙ୍କାର ବୋଲର କାମିଣ୍ଡୁ ମେଣ୍ଡିସ୍ ଦୁଇ ହାତରେ ବାମହାତୀ ସ୍ପିନ୍ (ବାମହାତୀ ସ୍ପିନ୍ ଡାହାଣହାତୀ ବ୍ୟାଟର୍ ଏବଂ ଡାହାଣହାତୀ ବ୍ୟାଟରଙ୍କୁ ଡାହାଣ ହାତ ସ୍ପିନ୍ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। କାମିଣ୍ଡୁ ମେଣ୍ଡିସ୍ ଜଣେ ଅଲରାଉଣ୍ଡର ଅଟନ୍ତି। ମେଣ୍ଡିସ୍ ମଧ୍ୟ ବିଶ୍ୱକପରେ ଶ୍ରୀଲଙ୍କା ୧୯ ବର୍ଷରୁ କମ୍ ଦଳର ନେତୃତ୍ୱ ନେଇଛନ୍ତି। ମ୍ୟାଚ କଥା କହିଲେ ପ୍ରଥମ […] The post ଶ୍ରୀଲଙ୍କାର ବିରଳ ବୋଲର, ଭାରତ ବିପକ୍ଷରେ ଦୁଇ ହାତରେ କଲେ ବୋଲିଂ appeared first on Dharitri Odia News.
ଭୁବନେଶ୍ୱର,୨୭।୭: ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି୨୦ ମ୍ୟାଚରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଶ୍ରୀଲଙ୍କାର ବୋଲର କାମିଣ୍ଡୁ ମେଣ୍ଡିସ୍ ଦୁଇ ହାତରେ ବାମହାତୀ ସ୍ପିନ୍ (ବାମହାତୀ ସ୍ପିନ୍ ଡାହାଣହାତୀ ବ୍ୟାଟର୍ ଏବଂ ଡାହାଣହାତୀ ବ୍ୟାଟରଙ୍କୁ ଡାହାଣ ହାତ ସ୍ପିନ୍ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। କାମିଣ୍ଡୁ ମେଣ୍ଡିସ୍ ଜଣେ ଅଲରାଉଣ୍ଡର ଅଟନ୍ତି। ମେଣ୍ଡିସ୍ ମଧ୍ୟ ବିଶ୍ୱକପରେ ଶ୍ରୀଲଙ୍କା ୧୯ ବର୍ଷରୁ କମ୍ ଦଳର ନେତୃତ୍ୱ ନେଇଛନ୍ତି।
ମ୍ୟାଚ କଥା କହିଲେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ସୂର୍ଯ୍ୟକୁମାର ଯାଦବଙ୍କ ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା।
ଉଭୟ ଦଳ ନୂଆ ମୁଖ୍ୟ ପ୍ରଶିକ୍ଷକଙ୍କ ସହ ପଡ଼ିଆକୁ ଓହ୍ଲାଇଛି। କିମ୍ବଦନ୍ତୀ ଅଲରାଉଣ୍ଡର ସନାଥ ଜୟସୁରିୟାଙ୍କୁ ଶ୍ରୀଲଙ୍କା ପାଇଁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଟି୨୦ ବିଶ୍ୱକପ ବିଜେତା କୋଚ ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବରେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ଏହା ମଧ୍ୟ ପ୍ରଥମ ମଞ୍ଚ ଅଟେ।
Kamindu Mendis bowling left arm to Suryakumar Yadav and right arm to Rishabh Pant.
pic.twitter.com/ZBBvEbfQpS
— Mufaddal Vohra (@mufaddal_vohra) July 27, 2024
The post ଶ୍ରୀଲଙ୍କାର ବିରଳ ବୋଲର, ଭାରତ ବିପକ୍ଷରେ ଦୁଇ ହାତରେ କଲେ ବୋଲିଂ appeared first on Dharitri Odia News.
