ସଂସଦ ପରିସରରେ ରୋଚକ ଦୃଶ୍ୟ,ରାହୁଲଙ୍କ ଗୋଲାପ ଫୁଲ ଓ ତ୍ରିରଙ୍ଗାକୁ ହସି ଅଣଦେଖା କଲେ ରାଜନାଥ

ନୂଆଦିଲ୍ଲୀ ୧୧/୧୨: ବୁଧବାର ସଂସଦ ପରିସରରେ ଏକ ରୋଚକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ପରିସରରେ ମେଳି କରିଥିଲେ ବିରୋଧୀ ସାଂସଦ । ଯେଉଁ NDA ସାଂସଦ ଆସୁଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରୁଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସଂସଦରେ ଆସି ପହଞ୍ଚିଥିଲେ । ସେ କାରରୁ ଓହ୍ଲାଇବା ମାତ୍ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାମ୍ନାକୁ ଚାଲିଆସିଥିଲେ । ଆଉ ଗୋଲାପ ଫୁଲ ଓ ତ୍ରିରଙ୍ଗା ଅଫର କରିଥିଲେ । ହେଲେ ଏହାକୁ ଏଡାଇ ଯାଇଥିଲେ ରାଜନାଥ । ହସି ହସି ଆଗକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା, ବିଜେପି ନେତା ଓ ସୁରକ୍ଷା କର୍ମୀ ମଧ୍ୟ ଏ ଦୃଶ୍ୟ ଦେଖି ନହସି ରହିପାରିନଥିଲେ । ସମସ୍ତଙ୍କ ମୁହଁରେ ହସ ସ୍ପଷ୍ଟ ବାରିହୋଇପଡୁଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 