ସନ୍ନ୍ୟାସ ନନେଇ କୋଚ୍ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍ ଇଣ୍ଡିଆ ବିପକ୍ଷରେ କରିବେ କାମ
ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍ର ସିରିଜ ଖେଳିବ। ଏହି ସିରିଜର ଠିକ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ନ ଥିବା ଉଇକେଟକିପର-ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଟେଷ୍ଟ ସିରିଜ ପୂର୍ବରୁ ୯ ଦିନ ଲାଗି ଇଂଲଣ୍ଡ ଟିମ୍ ସହ ଯୋଡ଼ି ହୋଇଛନ୍ତି। ଜାନୁଆରୀ ୧୭ରେ ଇଣ୍ଡିଆ ଏ ଏବଂ ଇଲଂଣ୍ଡ ଏ(ଲାଏନ୍ସ) ମଧ୍ୟରେ ଏକ […] The post ସନ୍ନ୍ୟାସ ନନେଇ କୋଚ୍ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍ ଇଣ୍ଡିଆ ବିପକ୍ଷରେ କରିବେ କାମ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍ର ସିରିଜ ଖେଳିବ। ଏହି ସିରିଜର ଠିକ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ନ ଥିବା ଉଇକେଟକିପର-ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଟେଷ୍ଟ ସିରିଜ ପୂର୍ବରୁ ୯ ଦିନ ଲାଗି ଇଂଲଣ୍ଡ ଟିମ୍ ସହ ଯୋଡ଼ି ହୋଇଛନ୍ତି।
ଜାନୁଆରୀ ୧୭ରେ ଇଣ୍ଡିଆ ଏ ଏବଂ ଇଲଂଣ୍ଡ ଏ(ଲାଏନ୍ସ) ମଧ୍ୟରେ ଏକ ଅନଔପଚାରିକ ସିରିଜ ଖେଳାଯିବ। ଏଥିରେ କାର୍ତ୍ତିକ ଇଂଲଣ୍ଡ ଟିମ୍ର କୋଚିଂ ଷ୍ଟାଫ୍ଙ୍କ ସହ ଯୋଡ଼ି ହୋଇଛନ୍ତି। ସେ ବ୍ୟାଟିଂ ପରାମର୍ଶଦାତା ଭାବେ ତାମିଲନାଡ଼ୁର ଏହି ଅନୁଭବୀ କ୍ରିକେଟରଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ ମଇଦାନ ଉପରେ କାର୍ତ୍ତିକଙ୍କ ଅଭିଜ୍ଞତା ରହିଛି। ଏଣୁ ତାଙ୍କର ପରାମର୍ଶକ୍ରମେ ଇଂଲଣ୍ଡ ଲାଏନ୍ସର ବ୍ୟାଟ୍ସମ୍ୟାନ୍ ଭଲ ଖେଳିପାରନ୍ତି। ଏଣୁ ଇଣ୍ଡିଆ ଏ’ ଟିମ୍ର ଚିନ୍ତା ବଢ଼ିଛି। କେବଳ ଏତିକି ନୁହେଁ, ଟେଷ୍ଟ ସିରିଜ ସମୟରେ ଯଦି କେହି ବ୍ୟାଟ୍ସମ୍ୟାନ୍ ଆହତ ହୁଅନ୍ତି ତେବେ ଇଂଲଣ୍ଡ ଟିମ୍ ଲାଏନ୍ସର କୌଣସି ବ୍ୟାଟ୍ସମ୍ୟାନକୁ ଦଳରେ ଯୋଡ଼ି ପାରନ୍ତି। ଏଣୁ ଇଂଲଣ୍ଡ ଲାଭରେ ରହିବ।
The post ସନ୍ନ୍ୟାସ ନନେଇ କୋଚ୍ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍ ଇଣ୍ଡିଆ ବିପକ୍ଷରେ କରିବେ କାମ appeared first on Dharitri Odia News.