ସବୁଦିନ ସ୍ୱାମୀ ପିଟୁଥିଲା, ଶେଷରେ ସ୍ତ୍ରୀ କାଟିଦେଲା ବେକ
ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ।
ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ। ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ। ସ୍ୱାମୀର ବେକ ସ୍ତ୍ରୀ କାଟିଦେବା ପରେ ସ୍ୱାମୀକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ୪୫ ବର୍ଷୀୟ ରୋହିତ ପାତ୍ର। ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପ୍ରାୟ ସମୟ ମଦ୍ୟ ପାନ କରି ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରେ। ଗତକାଲି କୌଣସି କାରଣରୁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଥା କଥାକଟି ହୋଇଥିଲା । ଆଉ ସେଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ।
ପାରିବାରିକ କଳହର କରୁଣ ପରିଣତି। ଆସିକାରେ ପାରିବାରିକ କଳହରୁ ସ୍ୱାମୀ ରୋହିତ ପାତ୍ରର ବେକ କାଟିଦେଲା ସ୍ତ୍ରୀ। ଧରାକୋଟ ଥାନା ବରିଗୁଡ଼ା ଗାଁର ଘଟଣା। ଗୁରୁତର ଅବସ୍ଥାରେ ରୋହିତ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର।#WifeAttackHusband #Aska #OTV pic.twitter.com/k7c6ZEWRJt— ଓଟିଭି (@otvkhabar) February 18, 2024