ସମ୍ବଲପୁର ସ୍ଥିତ ମଣପୁରମ ବ୍ୟାଙ୍କ ଡକାୟତି ମାମଲା, ୨ ଅଭିଯୁକ୍ତ ଗିରଫ
ସମ୍ବଲପୁର: ସମ୍ବଲପୁର ବୁଢାରାଜା ଠାରେ ଥିବା ମଣପୁରମ ବ୍ୟାଙ୍କ ଡକାୟତି ମାମଲାରେ ୨ ଗିରଫ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ପଙ୍କଜ ପାଶୱାନ ଓ ଅଜୟ ପାଶୱାନ । ଅଜୟକୁ ହଟିଆ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ପଙ୍କଜକୁ ପଶ୍ଚିମବଙ୍ଗ ହୁଗୁଳିରୁ ଗିରଫ କରିଛି ସମ୍ବଲପୁର ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରି ସୁନାକୁ ଜବତ କରାଯାଇପାରି […] The post ସମ୍ବଲପୁର ସ୍ଥିତ ମଣପୁରମ ବ୍ୟାଙ୍କ ଡକାୟତି ମାମଲା, ୨ ଅଭିଯୁକ୍ତ ଗିରଫ appeared first on KNews Odisha.

ସମ୍ବଲପୁର: ସମ୍ବଲପୁର ବୁଢାରାଜା ଠାରେ ଥିବା ମଣପୁରମ ବ୍ୟାଙ୍କ ଡକାୟତି ମାମଲାରେ ୨ ଗିରଫ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ପଙ୍କଜ ପାଶୱାନ ଓ ଅଜୟ ପାଶୱାନ । ଅଜୟକୁ ହଟିଆ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ପଙ୍କଜକୁ ପଶ୍ଚିମବଙ୍ଗ ହୁଗୁଳିରୁ ଗିରଫ କରିଛି ସମ୍ବଲପୁର ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରି ସୁନାକୁ ଜବତ କରାଯାଇପାରି ନାହିଁ । ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ଓ ସୁନାକୁ ଜବତ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରାଜ୍ୟ ବାହାରେ ତନାଘନା ଜାରି ରଖିଛନ୍ତି । ଅଭିଯୁକ୍ତଙ୍କୁ କାଲି ରାତି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ ଗତ ୩ ତାରିଖ ଦିନ ୧୦ଟାରେ ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ବୁଢାରଜା ମଣପୁରମ ଫାଇନାନ୍ସ ଲିମିଟେଡ଼ର ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ ସୁଧୀର ନାଥ କହିବାନୁଯାୟୀ, ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ବନ୍ଧୁକ ବାହାର କରି ସମସ୍ତଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ ଓ ଚୁପ ଚାପ ରହିବାକୁ କହିଥିଲେ ।
ଏହାପରେ ଆଉ ୪ ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ବନ୍ଧୁକ ଧରି ଅଫିସକୁ ପଶିଥିଲେ । ବନ୍ଧୁକ ଦେଖାଇ ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ଙ୍କୁ ଲକର ଖୋଲିବାକୁ କହିଥିଲେ l ଡକାୟତମାନେ ଲକରରୁ ପ୍ରାୟ ୨୯ କେଜି ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ନେଇ ୩ ଟି ବାଇକ ଯୋଗେ ସେଠାରୁ ଅଇଁଠାପାଲି ଜାତୀୟ ରାଜପଥ ଆଡ଼କୁ ଫେରାର ହୋଇଯାଇଥିଲେ । ଦୋକାନୀଙ୍କ ଏତଲାକୁ ଆଧାର କରି ଫେରାର ଡକାୟତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
The post ସମ୍ବଲପୁର ସ୍ଥିତ ମଣପୁରମ ବ୍ୟାଙ୍କ ଡକାୟତି ମାମଲା, ୨ ଅଭିଯୁକ୍ତ ଗିରଫ appeared first on KNews Odisha.