ସମୟ ବଦଳିଛି ହେଲେ ବଜାୟ ରହିଛି ୩୦୦ ବର୍ଷର ପରମ୍ପରା, ରେଶମ ସହରରେ ମନମୋହିଲା କଣ୍ଢେଇ ନାଚ

ବ୍ରହ୍ମପୁର ୨୨/୦୭: ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର । ହରିଣଠାରୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ଭଳିକି ଭଳି ଅନେକ ଛୋଟଛୋଟ ମୂର୍ତ୍ତି । ଗୋବର କଣ୍ଢେଇ, ଚିନିର ପ୍ରସ୍ତୁତ କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ବିକ୍ରିବଟା ବେଶ୍ ଜମିଥାଏ । ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ଐତିହାସିକ କଣ୍ଢେଇ ଯାତ୍ରା । ସହରର ଖାସ୍ପା ସାହିରେ ଚାଲୁଛି ଏହି ଯାତ୍ରା । ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ନିଆରା ପ୍ରୟାସ । ଯାତ୍ରାରେ ମାଟି କଣ୍ଢେଇ,ଗୋବର କଣ୍ଢେଇ ,ଚିନି କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ଚାହିଦା ଦେଖିବାକୁ ମିଳେ । ଡିଜିଟାଲ ଯୁଗରେ ପାରମ୍ପରିକ ଲୋକେ ମାଟି କଣ୍ଢେଇ ପ୍ରତି ଅଧିକ ହୋଇଛନ୍ତି ଆକର୍ଷିତ । ଇତିିହାସ କୁହେ ୧୭୩୨ ମସିହାର କଥା । ମହୁରୀଗଡ଼ ରାଜା ହରିହର ନରେନ୍ଦ୍ର ଦେବ ଆରମ୍ଭ କରିଥିଲେ ଯାତ୍ରା । ଝିଅ ବାହାଘର ସମୟରେ ଶାଶୁ ଘରକୁ ଝିଅ ବିଦା ବେଳେ କଣ୍ଢେଇ ପେଡ଼ି ଦେବାର ରହୁଥିଲା ଵିଧି । ଏହାକୁ ଆଧାର କରି ସେ ସମୟରେ ମାଟିର ବିଭିନ୍ନ କଣ୍ଢେଇ, ଗୋବର କଣ୍ଢେଇ ଭଳି ଭଳିକି ଭଳି କଣ୍ଢେଇର ପସରା ଯାତ୍ରାରେ ଉପଲବ୍ଧ ହେଉଥିଲା । ସମୟ ସହ ଯୁଗ ବଦଳିଛି । ଆଧୁନିକତା ପ୍ଲାଷ୍ଟିକ ଯୁଗରେ କମିନି ମାଟି କଣ୍ଢେଇର ଚାହିଦା । ପରମ୍ପରା ଅନୁସାରେ କଣ୍ଢେଇ ଯାତ୍ରାରେ ଜମିଥାଏ ହଜାର ହଜାର ଲୋକଙ୍କ ଭିଡ଼ । ବିଭିନ୍ନ ସରଞ୍ଜାମ ଭିତରେ ମାଟି କଣ୍ଢେଇଟିଏ କି

ସମୟ ବଦଳିଛି ହେଲେ ବଜାୟ ରହିଛି ୩୦୦ ବର୍ଷର ପରମ୍ପରା, ରେଶମ ସହରରେ ମନମୋହିଲା କଣ୍ଢେଇ ନାଚ

ବ୍ରହ୍ମପୁର ୨୨/୦୭: ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର । ହରିଣଠାରୁ ଆରମ୍ଭ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ଭଳିକି ଭଳି ଅନେକ ଛୋଟଛୋଟ ମୂର୍ତ୍ତି । ଗୋବର କଣ୍ଢେଇ, ଚିନିର ପ୍ରସ୍ତୁତ କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ବିକ୍ରିବଟା ବେଶ୍ ଜମିଥାଏ । ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ଐତିହାସିକ କଣ୍ଢେଇ ଯାତ୍ରା । 

ସହରର ଖାସ୍ପା ସାହିରେ ଚାଲୁଛି ଏହି ଯାତ୍ରା । ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ନିଆରା ପ୍ରୟାସ । ଯାତ୍ରାରେ ମାଟି କଣ୍ଢେଇ,ଗୋବର କଣ୍ଢେଇ ,ଚିନି କଣ୍ଢେଇ ପରି ଭଳିକି ଭଳି କଣ୍ଢେଇର ଚାହିଦା ଦେଖିବାକୁ ମିଳେ । ଡିଜିଟାଲ ଯୁଗରେ ପାରମ୍ପରିକ ଲୋକେ ମାଟି କଣ୍ଢେଇ ପ୍ରତି ଅଧିକ ହୋଇଛନ୍ତି ଆକର୍ଷିତ । 


ଇତିିହାସ କୁହେ ୧୭୩୨ ମସିହାର କଥା । ମହୁରୀଗଡ଼ ରାଜା ହରିହର ନରେନ୍ଦ୍ର ଦେବ ଆରମ୍ଭ କରିଥିଲେ ଯାତ୍ରା । ଝିଅ ବାହାଘର ସମୟରେ ଶାଶୁ ଘରକୁ ଝିଅ ବିଦା ବେଳେ କଣ୍ଢେଇ ପେଡ଼ି ଦେବାର ରହୁଥିଲା ଵିଧି । ଏହାକୁ ଆଧାର କରି ସେ ସମୟରେ ମାଟିର ବିଭିନ୍ନ କଣ୍ଢେଇ, ଗୋବର କଣ୍ଢେଇ ଭଳି ଭଳିକି ଭଳି କଣ୍ଢେଇର ପସରା ଯାତ୍ରାରେ ଉପଲବ୍ଧ ହେଉଥିଲା । ସମୟ ସହ ଯୁଗ ବଦଳିଛି । ଆଧୁନିକତା ପ୍ଲାଷ୍ଟିକ ଯୁଗରେ କମିନି ମାଟି କଣ୍ଢେଇର ଚାହିଦା । 

ପରମ୍ପରା ଅନୁସାରେ କଣ୍ଢେଇ ଯାତ୍ରାରେ ଜମିଥାଏ ହଜାର ହଜାର ଲୋକଙ୍କ ଭିଡ଼ । ବିଭିନ୍ନ ସରଞ୍ଜାମ ଭିତରେ ମାଟି କଣ୍ଢେଇଟିଏ କିଣିବା ପାଇଁ ଲାଗେ ଲୋକଙ୍କ ଗହଳି । ସମୟ ସହ ମାଟି କାରିଗରଙ୍କ ସଂଖ୍ୟା କମିଛି ।  କିନ୍ତୁ ପରମ୍ପରାକୁ ବଜାୟ ରଖିବା ପାଇଁ ଜାରି ରହିଛି ପ୍ରୟାସ । ତେବେ ପ୍ରତିବର୍ଷ ଏପରି ଯାତ୍ରା ଫଳରେ ବେଶ୍ ଦୁଇ ପଇସା ଲାଗ କରୁଛନ୍ତି କାରିଗର ।  

ଯାତ୍ରାକୁ ନେଇ କେବଳ ଲୋକେ ନୁହଁନ୍ତି କୁନି ପିଲା ବି ବେଶ୍ ଖୁସି । କାରଣ ଡିଜିଟାଲ ପିଲା ଆଧୁନିକ ଯୁଗରେ ମାଟି କଣ୍ଢେଇଟିଏ କିଣିନେବାକୁ ବେଶ ଆଗ୍ରହୀ । କେହି କେହି କହିଥିଲେ ଏହା ପରିବେଶ ପ୍ରଦୂଷଣ ରୋକିବାରେ ବି ହେବ ସହାୟକ ।