ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି ପିନ୍ଧନ୍ତି ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା। ମଙ୍ଗଳସୁତ୍ର ସ୍ବାମୀ ଏବଂ ସ୍ତ୍ରୀର ପ୍ରତିରକ୍ଷା ଢାଲ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ମଙ୍ଗଳସୁତ୍ରର ଇତିହାସ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁସ୍ତକ ‘ସୌନ୍ଦର୍ଯ୍ୟ ଲହରୀ’ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଐତିହାସିକଙ୍କ ଅନୁଯାୟୀ, ମଙ୍ଗଳସୁତ୍ର ପିନ୍ଧିବାର ପରମ୍ପରା ଷଷ୍ଠ ଶତାବ୍ଦୀରେ […] The post ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ appeared first on Dharitri Odia News.

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି ପିନ୍ଧନ୍ତି ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା।
ମଙ୍ଗଳସୁତ୍ର ସ୍ବାମୀ ଏବଂ ସ୍ତ୍ରୀର ପ୍ରତିରକ୍ଷା ଢାଲ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ମଙ୍ଗଳସୁତ୍ରର ଇତିହାସ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁସ୍ତକ ‘ସୌନ୍ଦର୍ଯ୍ୟ ଲହରୀ’ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଐତିହାସିକଙ୍କ ଅନୁଯାୟୀ, ମଙ୍ଗଳସୁତ୍ର ପିନ୍ଧିବାର ପରମ୍ପରା ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ମହେଞ୍ଜୋଦାରୋ ଖନନରେ ମଙ୍ଗଳସୁତ୍ରର ପ୍ରମାଣ ମଧ୍ୟ ମିଳିଛି। ମଙ୍ଗଳସୁତ୍ର ପିନ୍ଧିବା ପ୍ରଥମେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିଲା। ଏହା ପରେ ଧୀରେ ଧୀରେ ଏହି ପ୍ରଥା କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ମଧ୍ୟ ପ୍ରଚଳିତ ହେଲା। ସୂଚନାନୁସାରେ, ତାମିଲନାଡୁରେ ଏହାକୁ ଥାଲି ବା ଥିରୁ ମଙ୍ଗଳମ କୁହାଯାଏ। ଯେତେବେଳେ କି ଉତ୍ତର ଭାରତରେ ଏହାକୁ ମଙ୍ଗଳସୁତ୍ର କୁହାଯାଏ।
ମଙ୍ଗଳସୁତ୍ର ଦୁଇଟି ଶବ୍ଦ ମଙ୍ଗଳ ଏବଂ ସୂତ୍ରରୁ ଗଠିତ। ‘ମଙ୍ଗଳ’ ଅର୍ଥ ପବିତ୍ର ଏବଂ ‘ସୂତ୍ର’ ଅର୍ଥ ହେଉଛି ପବିତ୍ର ହାର। ହିନ୍ଦୁ ଧର୍ମରେ ବୈବାହିକ ଜୀବନର ସବୁଠାରୁ ବଡ଼ ପ୍ରତୀକ ଭାବରେ ମଙ୍ଗଳସୁତ୍ରକୁ ବିବେଚନା କରାଯାଏ। ତଥାପି ଏହାର ରୂପ ବିଭିନ୍ନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୁଏ। କେତେକ ସ୍ଥାନରେ ମଙ୍ଗଳସୁତ୍ରରେ ସୁନା, ଧଳା କିମ୍ବା ନାଲି ମୋତି ମଧ୍ୟ ମିଶାଯାଏ। ଭାରତ, ନେପାଳ, ବାଂଲାଦେଶ ଏବଂ ପାକିସ୍ତାନର ହିନ୍ଦୁମାନଙ୍କ ବ୍ୟତୀତ ସିରିଆ ଖ୍ରୀଷ୍ଟିଆନଙ୍କ ପରି ଅଣ-ହିନ୍ଦୁ ଲୋକମାନେ ମଧ୍ୟ ମଙ୍ଗଳସୁତ୍ର ପିନ୍ଧନ୍ତି।
ତଥାପି, ଭାରତରେ ଅନେକ ସମ୍ପ୍ରଦାୟ ଅଛି, ଯେଉଁମାନେ ମଙ୍ଗଳସୁତ୍ର ପିନ୍ଧନ୍ତି ନାହିଁ। ଏହା ପରିବର୍ତ୍ତେ ଅନ୍ୟ ବୈବାହିକ ପ୍ରତୀକ ପିନ୍ଧାଯାଏ। ଉତ୍ତର ଭାରତର ବିବାହିତ ମହିଳାମାନେ ନିଜ ଗୋଡରେ ମୁଦି, କାଚ ଚୁଡି ଏବଂ ବେକରେ ହାର ପିନ୍ଧନ୍ତି।
ମଙ୍ଗଲସୁତ୍ର ସମ୍ବନ୍ଧରେ ବିଭିନ୍ନ ଅଞ୍ଚଳର ଭିନ୍ନ ବିଶ୍ୱାସ ରହିଛି। ଏଥିରେ ଥିବା କଳା ମୋତି ଭଗବାନ ଶିବଙ୍କର ରୂପ ଏବଂ ସୁନା ମାତା ପାର୍ବତୀ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ।

The post ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ appeared first on Dharitri Odia News.