ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ
ଦୟା ଏକ ମହାନ୍ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ କରାଯାଏ। ୧୯୮୮ରୁ ଏହି ଦିବସ ପାଳନ କରାଯାଉଛି। ଏହାକୁ ବିଶ୍ୱ ଦୟା କିମ୍ବା ସହୃଦୟତା ଆନ୍ଦୋଳନର ଏକ ଅଂଶ ବୋଲି କୁହାଯାଏ। ତେବେ ଏହି ବର୍ଷର ଥିମ୍ ରହିଛି ସହୃଦୟତା ଶିଖାଇବା। ପିଲାଠାରୁ ବୁଢାଯାଏ ସଭିଙ୍କୁ ଦୟାଶୀଳ ଓ ସହୃଦୟତା ଦେଖାଇବା ଏହି ଦିବସର ମୂଳ ଲକ୍ଷ୍ୟ। ଦୟା ଦିବସକୁ […] The post ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ appeared first on Dharitri Odia News.
ଦୟା ଏକ ମହାନ୍ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ କରାଯାଏ। ୧୯୮୮ରୁ ଏହି ଦିବସ ପାଳନ କରାଯାଉଛି। ଏହାକୁ ବିଶ୍ୱ ଦୟା କିମ୍ବା ସହୃଦୟତା ଆନ୍ଦୋଳନର ଏକ ଅଂଶ ବୋଲି କୁହାଯାଏ। ତେବେ ଏହି ବର୍ଷର ଥିମ୍ ରହିଛି ସହୃଦୟତା ଶିଖାଇବା। ପିଲାଠାରୁ ବୁଢାଯାଏ ସଭିଙ୍କୁ ଦୟାଶୀଳ ଓ ସହୃଦୟତା ଦେଖାଇବା ଏହି ଦିବସର ମୂଳ ଲକ୍ଷ୍ୟ।
ଦୟା ଦିବସକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେବା ପାଇଁ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ସର୍ବସମ୍ମତି କ୍ରମେ ସମର୍ଥନ ଘୋଷଣାନାମା ସ୍ବାକ୍ଷର କରିଥିଲେ। ୧୯୯୮ରେ ଏନଜିଓଗୁଡିକର ମିଳିତ ମଞ୍ଚ ବିଶ୍ୱ ଦୟା ଅଭିଯାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରଥମେ କାନାଡା, ଅଷ୍ଟ୍ରେଲିଆ, ନାଇଜେରିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶରେ ଏହା ପାଳନ କରାଯାଇଥିଲା। ସେବେଠାରୁ ଦୟା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ ଦୟା ଦିବସ ପାଳନ କରାଯାଏ। ଭାରତ ସହିତ ଏହା ଆମେରିକା, କାନାଡା, ଜାପାନ, ଅଷ୍ଟ୍ରେଲିଆ, ୟୁଏଇ ଇତ୍ୟାଦି ଅନ୍ୟାନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି।
The post ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ appeared first on Dharitri Odia News.