ସିବିଏସଇ ଦଶମ ପରୀକ୍ଷାରେ ନୂଆପଡା ଜିଲ୍ଲାରେ ଟପ୍ପର ହୋଇ ଗୌରବ ଆଣିଲେ ସ୍ମରଣ
ନୂଆପଡା: ଉତ୍ସାହର ମାହୋଲ । ଖୁସିରେ ସାରା ପରିବାର । ସମସ୍ତଙ୍କ ମୁହଁରେ ହସ । ପୁଅ ଆମର ସିବିଏସଇ ଦଶମ ପରୀକ୍ଷାରେ ପାସ୍ କରି ଜିଲ୍ଲାରେ ଟପ୍ପର ହୋଇଛି । ଯାହାକୁ ନେଇ ସବୁଠି ଖେଳିଯାଇଛି ଆନନ୍ଦର ଲହରୀ । ଏପଟେ ବାପା ମାଆଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ପରିବାରର ନାଁ ରଖିଛି ପୁଅ । ସମଗ୍ର ଜିଲ୍ଲା ପାଇଁ ସେ ଗୌରବ ଆଣିଛି । ଏ ହେଉଛି ଚଳିତ ଦଶମ ସିବିଏସଇ […] The post ସିବିଏସଇ ଦଶମ ପରୀକ୍ଷାରେ ନୂଆପଡା ଜିଲ୍ଲାରେ ଟପ୍ପର ହୋଇ ଗୌରବ ଆଣିଲେ ସ୍ମରଣ appeared first on KNews Odisha.

ନୂଆପଡା: ଉତ୍ସାହର ମାହୋଲ । ଖୁସିରେ ସାରା ପରିବାର । ସମସ୍ତଙ୍କ ମୁହଁରେ ହସ । ପୁଅ ଆମର ସିବିଏସଇ ଦଶମ ପରୀକ୍ଷାରେ ପାସ୍ କରି ଜିଲ୍ଲାରେ ଟପ୍ପର ହୋଇଛି । ଯାହାକୁ ନେଇ ସବୁଠି ଖେଳିଯାଇଛି ଆନନ୍ଦର ଲହରୀ । ଏପଟେ ବାପା ମାଆଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ପରିବାରର ନାଁ ରଖିଛି ପୁଅ । ସମଗ୍ର ଜିଲ୍ଲା ପାଇଁ ସେ ଗୌରବ ଆଣିଛି ।
ଏ ହେଉଛି ଚଳିତ ଦଶମ ସିବିଏସଇ ପରୀକ୍ଷାରେ ନୂଆପଡା ଜିଲ୍ଲା ଖଡିଆଳର ଛାତ୍ର ସ୍ମରଣ ଯୋଶୀଙ୍କ କଥା । ଯିଏକି ୯୯.୬% ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ପିଲାଟି ଦିନରୁ ସ୍ମରଣ ଭଲ ପାଠପଢିବା ସହ ଭଲ ଚିତ୍ର ମଧ୍ୟ ଆଙ୍କି ବିଭିନ୍ନ ସମୟରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ତାଙ୍କ ପିତା ମହେନ୍ଦ୍ର କୁମାର ଯୋଶୀ ଜଣେ ସାମାଜିକ କର୍ମୀ ଏବଂ ମାତା ସଙ୍ଗିତା ବେହେରା ସୁନାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ । ତାଙ୍କ ପୈତୃକ ଗାଁ ହେଉଛି ବୋଡେନ ବ୍ଲକ୍ ତରାପୁର ଗାଁ ।
ଦୀର୍ଘବର୍ଷ ହେଳା ସେ ଖଡିଆଳ ଶାନ୍ତିନଗରପଡାରେ ସ୍ଥାୟୀ ଭାବେ ବସବାସ କରି ଉଭୟ ପୁଅ ସ୍ମରଣ ଓ ଝିଅ ସାଇ ସ୍ମୃତିଙ୍କୁ ଖଡିଆଳ ସ୍ଥିତ ଏକ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପାଠ ପଢାଇ ଆସୁଥିଲେ । ଗତ ଦୁଇ ବର୍ଷ ତଳେ ଦଶମ ସିବିଏସଇ ପରିକ୍ଷାରେ ତାଙ୍କ ସାଇ ସ୍ମୃତି ଝିଅ ୯୮% ପ୍ରତିଶତ ମାର୍କରଖି ଜିଲ୍ଲା ଟପ୍ପର ହୋଇଥିଲେ । ଆଉ ଚଳିତବର୍ଷ ଦଶମ ସିବିଏସଇ ପରିକ୍ଷାରେ ପୁଅ ସ୍ମରଣ ଯୋଶୀ ୯୯.୬% ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇ ଗୈାରବ ଆଣିଛନ୍ତି । ବଡ ଭଉଣୀର ରେକର୍ଡ ଭାଙ୍ଗିଛନ୍ତି ସାନ ଭାଇ ।
ତେବେ ଛାତ୍ର ସ୍ମରଣ ଯୋଶୀଙ୍କ କଠିନ ପରିଶ୍ରମ ସହିତ ତାଙ୍କ ପିତାମାତାଙ୍କ ଆଶିର୍ବାଦ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଠିକ ମାର୍ଗଦର୍ଶିକା ଯୋଗୁଁ ଆଜି ସେ ସଫଳତା ପାଇଥିବା କହିଛନ୍ତି । ଆଗକୁ ଛାତ୍ର ସ୍ମରଣ ଜଣେ ଭଲ ମଣିଷ ହେବା ସହିତ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସ୍ମରଣଙ୍କ ସଫଳତା ପରେ ତାଙ୍କ ବାପା ଓ ମାଆ ବେଶ ଖୁସୀ ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏପଟେ ଏହି ସଫଳତା ପରେ ସ୍ମରଣଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଓ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଂଜିବ କୁମାର ସାହୁ ପ୍ରମୁଖ ସ୍ମରଣଙ୍କ ଖଡିଆଳ ଶାନ୍ତିନଗରପଡା ସ୍ଥିତ ବସଭବନରେ ପହଁଚି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମ୍ୱର୍ଦ୍ଧିତ କରିଛନ୍ତି ।
ଏଥିସହ ଛାତ୍ର ସ୍ମରଣଙ୍କ ଭବିଷ୍ୟତ ଆହୁରି ଉଜ୍ୱଳମୟ ହେବା ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସେ । ସେ ଯେଉଁଠି ଥିଲେ ମଧ୍ୟ ତାର ଏକ ସ୍ଵତନ୍ତ୍ର ସ୍ଥାନ ରହିଥାଏ । ଠିକ୍ ସେହିଭଳି ଛାତ୍ର ସ୍ମରଣ ଯୋଶୀ । ନିଜର ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଆଜି ସେ ଯେଉଁ ସଫଳତା ପାଇଛନ୍ତି ତା ସତରେ ପ୍ରଶଂସନୀୟ ।
ଆହୁରି ପଢନ୍ତୁ: ୮ ବର୍ଷ ପୂର୍ବରୁ ବାପା ଚାଲିଗଲେ ଏବେ ମା’ ଆରପାରିରେ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ଭାଇ
The post ସିବିଏସଇ ଦଶମ ପରୀକ୍ଷାରେ ନୂଆପଡା ଜିଲ୍ଲାରେ ଟପ୍ପର ହୋଇ ଗୌରବ ଆଣିଲେ ସ୍ମରଣ appeared first on KNews Odisha.