ସିରିଜ ଦୁର୍ଘଟଣାରେ ୫ ଆହତ, ଯାତାୟାତ ବାଧାପ୍ରାପ୍ତ
ଧର୍ମଶାଳା,୧୬।୬: ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ନେଉଳପୁରଠାରେ ସନ୍ଧ୍ୟା ବେଳେ ଏକ ସିରିଜ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଚଣ୍ଡିଖୋଲ ପଟରୁ ଜାରକା ଆଡକୁ ଆସୁଥିବା ବେଳେ ଏକ ବୋଲେରୋ ଭରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଗାଈକୁ ଧକା ଦେଇ ଅଟକି ଯାଇଥିବା ବେଳେ ପଛପଟୁ ଆସୁଥିବା ଏକ ବସ ବୋଲେରୋକୁ ଧକା ଦେଇଥିଲା। ପରେ ପରେ ଏକ କ୍ରେଟା କାର୍ ଭରସାମ୍ୟ ହରାଇ […] The post ସିରିଜ ଦୁର୍ଘଟଣାରେ ୫ ଆହତ, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.
ଧର୍ମଶାଳା,୧୬।୬: ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ନେଉଳପୁରଠାରେ ସନ୍ଧ୍ୟା ବେଳେ ଏକ ସିରିଜ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଚଣ୍ଡିଖୋଲ ପଟରୁ ଜାରକା ଆଡକୁ ଆସୁଥିବା ବେଳେ ଏକ ବୋଲେରୋ ଭରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଗାଈକୁ ଧକା ଦେଇ ଅଟକି ଯାଇଥିବା ବେଳେ ପଛପଟୁ ଆସୁଥିବା ଏକ ବସ ବୋଲେରୋକୁ ଧକା ଦେଇଥିଲା। ପରେ ପରେ ଏକ କ୍ରେଟା କାର୍ ଭରସାମ୍ୟ ହରାଇ ବସ ପଛପଟରେ ପିଟି ହୋଇଥିଲା।
ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବୋଲେରୋ ଓ କାରରେ ଥିବା ୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଦୁର୍ଘଟଣା ପରେ ଉକ୍ତ ରାସ୍ତାଦେଇ ଗାଡି ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଖବର ପାଇ ଧର୍ମଶାଳା ପୋଲିସ ସେଠାରେ ପହଂଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ଗାଡି ଗୁଡିକୁ ରାସ୍ତାରୁ ହଟାଇଥିଲା।
The post ସିରିଜ ଦୁର୍ଘଟଣାରେ ୫ ଆହତ, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.