ସୁନା ଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ, ମାଟି ତଳୁ ସଂଗ୍ରହ କରାଯାଉଛି ସୁନାର ନମୂନା
ବାଂଶପାଳ : ସୁନା ଖଣି ସନ୍ଧାନରେ ଚାଲିଛି ସର୍ଭେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଜଳଡିହା ଗାଁରେ ସୁନାଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ମାଟି ତଳୁ ସୁନାର ନମୂନା ସଂଗ୍ରହ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨ଟି ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜଙ୍ଗଲର ୨୫ଟି ସ୍ଥାନ ଖୋଳି ସୁନାର ନମୂନା ସଂଗ୍ରହ କରାଯିବା ବୋଲି […] The post ସୁନା ଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ, ମାଟି ତଳୁ ସଂଗ୍ରହ କରାଯାଉଛି ସୁନାର ନମୂନା appeared first on KNews Odisha.

ବାଂଶପାଳ : ସୁନା ଖଣି ସନ୍ଧାନରେ ଚାଲିଛି ସର୍ଭେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଜଳଡିହା ଗାଁରେ ସୁନାଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ମାଟି ତଳୁ ସୁନାର ନମୂନା ସଂଗ୍ରହ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨ଟି ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜଙ୍ଗଲର ୨୫ଟି ସ୍ଥାନ ଖୋଳି ସୁନାର ନମୂନା ସଂଗ୍ରହ କରାଯିବା ବୋଲି ଜଣାପଡ଼ିଛି ।
ଏଠାରୁ ସଂଗୃହିତ ସୁନାର ମାନ ଉନ୍ନତ ଥିବା ଚର୍ଚ୍ଚା ଚାଲିଛି । ଜଳଡ଼ିହା ଜଙ୍ଗଲରେ ମାଟିର ୮୦ମିଟର ତଳେ ଉନ୍ନତମାନର ସୁନା ଗଚ୍ଛିତ ଥିବା ସୂଚନା ମିଳିଛି । ଗତ ୨ବର୍ଷ ଧରି ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସୁନାର ସନ୍ଧାନ ମିଳିବା ପରେ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଦିବାସୀବହୁଳ ବାଂଶପାଳ ବ୍ଲକର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ଏବେ ସୁନା ଖଣିର ସନ୍ଧାନ ସେମାନଙ୍କ ଭାଗ୍ୟ ବଦଳାଇବ ବୋଲି ଆଶା ରଖିଛନ୍ତି ।
The post ସୁନା ଖଣି ସନ୍ଧାନ ପାଇଁ ସର୍ଭେ ଆରମ୍ଭ, ମାଟି ତଳୁ ସଂଗ୍ରହ କରାଯାଉଛି ସୁନାର ନମୂନା appeared first on KNews Odisha.