ସୁନ୍ଦରଗଡ଼ ଜିଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର,୨୩ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ନିଜର ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସୁନ୍ଦରଗଡ଼ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲା ସହ ପର୍ଯ୍ୟବେକ୍ଷକ ଭାବେ ଦେବାଶିଷ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ବୈକୁଣ୍ଠ ନାଏକ, ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ […] The post ସୁନ୍ଦରଗଡ଼ ଜିଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ appeared first on Dharitri Odia News.
ଭୁବନେଶ୍ୱର,୨୩ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ନିଜର ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସୁନ୍ଦରଗଡ଼ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି।
ସୁନ୍ଦରଗଡ଼ ଜିଲା ସହ ପର୍ଯ୍ୟବେକ୍ଷକ ଭାବେ ଦେବାଶିଷ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ବୈକୁଣ୍ଠ ନାଏକ, ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଦେବାଶିଷ ମଲ୍ଲିକ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ମନୋଜ ସେନାପତି, ରଘୁନାଥପାଲି ନିର୍ବାଚନମଣ୍ଡଳୀ ପାଇଁ ପ୍ରଶାନ୍ତ ଜେନା, ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦୁର୍ଗା ସାମନ୍ତରାୟ, ରଘୁନାଥପୁର ନିର୍ବାଚନମଣ୍ଡଳୀ ପାଇଁ ଧର୍ମେଶ ନାୟକ ଏବଂ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଷ୍ଟାଲିନ ପରିଜାଙ୍କୁ ନିଯୁକ୍ତି ଦିଆଯାଇଛି।
The post ସୁନ୍ଦରଗଡ଼ ଜିଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ appeared first on Dharitri Odia News.