ସୁପର-୮ ଗ୍ରୁପ୍-୧ରେ ଅଙ୍କ ଗଡ଼ବଡ଼; ସଂଧ୍ୟାରେ ସଂଘର୍ଷପୂର୍ଣ୍ଣ ହେବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍
ମୁମ୍ବାଇ ୨୪/୬: ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ବିପର୍ଯ୍ୟୟ ଘଟାଇବା ପରେ ଏବେ ସୁପର-୮ ଗ୍ରୁପ-୧ରେ ଅଙ୍କ ଗଡ଼ବଡ଼ । ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ ନିଦ୍ୱର୍ନ୍ଦ୍ୱରେ ସେମି ଫାଇନାଲରେ ପ୍ରବେଶ କରିବେ ବୋଲି ପୂର୍ବରୁ ଯେଉଁ ଆଶା କରାଯାଉଥିଲା, ଆଫଗାନିସ୍ତାନର ବିଜୟ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ତେବେ ସୋମବାର ମୁକାବିଲା ହେବ ସେମି ଫାଇନାଲ୍ ନିର୍ଣ୍ଣାୟକ । ଏହି ମ୍ୟାଚ୍ ଡାରେନସାମି ଷ୍ଟାଡିୟମ, ସେଣ୍ଟ. ଲୁସିଆରେ ମ୍ୟାଚ୍ ଖେଳାଯିବ ।ସଂଧ୍ୟାରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ଦୁଇ ଦଳ ପାଇଁ ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ବର୍ଷା ମ୍ୟାଚ୍ରେ ବାଧକ ସାଜିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍ ହୁଏ ତେବେ ତେବେ ଭାରତ ନିଦ୍ୱର୍ନ୍ଦ୍ୱରେ ସେମିରେ ପ୍ରବେଶ କରିବ । ହେଲେ ଅଷ୍ଟ୍ରେଲିଆ ମହାଦ୍ୱନ୍ଦ୍ୱରେ ରହିବ । ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ଦଳର ସେମି ଫାଇନାଲ ଭାଗ୍ୟ ସୂତା ଖିଅରେ ଝୁଲୁଛି । ଭାରତର ଉନ୍ନତ ନେଟ୍ ରନରେଟ୍ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତି ସାରିଥିବା ଭାରତ ଆଜି ସଂଧ୍ୟାରେ ଅଷ୍ଟ୍ରେଲିଆକୁ ହରାଇଲେ ସୁପର-୮ରେ ବି ଅପରାଜେୟ ସହ ଗ୍ରୁପ୍ ଟପ୍ପର ହୋଇ ସେମିରେ ପ୍ରବେଶ କରିବ । ପରାଜିତ ହେଲେ ମଧ୍ୟ ଦଳ ନିକଟରେ ସୁଯୋଗ ରହିଛି । ଭାରତ ଗ୍ରୁପ୍-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳର ନେଟ୍ ରନରେଟ୍
ମୁମ୍ବାଇ ୨୪/୬: ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ବିପର୍ଯ୍ୟୟ ଘଟାଇବା ପରେ ଏବେ ସୁପର-୮ ଗ୍ରୁପ-୧ରେ ଅଙ୍କ ଗଡ଼ବଡ଼ । ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ ନିଦ୍ୱର୍ନ୍ଦ୍ୱରେ ସେମି ଫାଇନାଲରେ ପ୍ରବେଶ କରିବେ ବୋଲି ପୂର୍ବରୁ ଯେଉଁ ଆଶା କରାଯାଉଥିଲା, ଆଫଗାନିସ୍ତାନର ବିଜୟ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ତେବେ ସୋମବାର ମୁକାବିଲା ହେବ ସେମି ଫାଇନାଲ୍ ନିର୍ଣ୍ଣାୟକ । ଏହି ମ୍ୟାଚ୍ ଡାରେନସାମି ଷ୍ଟାଡିୟମ, ସେଣ୍ଟ. ଲୁସିଆରେ ମ୍ୟାଚ୍ ଖେଳାଯିବ ।
ସଂଧ୍ୟାରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ଦୁଇ ଦଳ ପାଇଁ ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ବର୍ଷା ମ୍ୟାଚ୍ରେ ବାଧକ ସାଜିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍ ହୁଏ ତେବେ ତେବେ ଭାରତ ନିଦ୍ୱର୍ନ୍ଦ୍ୱରେ ସେମିରେ ପ୍ରବେଶ କରିବ । ହେଲେ ଅଷ୍ଟ୍ରେଲିଆ ମହାଦ୍ୱନ୍ଦ୍ୱରେ ରହିବ । ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ଦଳର ସେମି ଫାଇନାଲ ଭାଗ୍ୟ ସୂତା ଖିଅରେ ଝୁଲୁଛି । ଭାରତର ଉନ୍ନତ ନେଟ୍ ରନରେଟ୍ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତି ସାରିଥିବା ଭାରତ ଆଜି ସଂଧ୍ୟାରେ ଅଷ୍ଟ୍ରେଲିଆକୁ ହରାଇଲେ ସୁପର-୮ରେ ବି ଅପରାଜେୟ ସହ ଗ୍ରୁପ୍ ଟପ୍ପର ହୋଇ ସେମିରେ ପ୍ରବେଶ କରିବ । ପରାଜିତ ହେଲେ ମଧ୍ୟ ଦଳ ନିକଟରେ ସୁଯୋଗ ରହିଛି ।
ଭାରତ ଗ୍ରୁପ୍-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳର ନେଟ୍ ରନରେଟ୍ ୨.୪୨୫ ସହ ଉନ୍ନତ ରହିଛି । ଅଷ୍ଟ୍ରେଲିଆର ରନରେଟ୍ ୦.୨୨୩ ଓ ଆଫଗାନିସ୍ତାନର -୦.୬୫୦ ୨ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଗ୍ରୁପ୍ରେ ବାଂଲାଦେଶ ୨ଟି ମ୍ୟାଚ୍ ପରାଜିତ ହୋଇଛି । ଭାରତକୁ ୪୧ ରନ୍ରେ ହରାଇଲେ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ନେଟ୍ ରନରେଟ୍ରେ ଶୀର୍ଷକୁ ଉଠିପାରିବ । ଏହାପରେ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍ ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଭର କରିବ । ଆଫଗାନିସ୍ତାନ ୮୩ ରନ୍ରେ ବାଂଲାଦେଶକୁ ହରାଇଲେ ଭାରତର ନେଟ୍ ରନ୍ରେଟ୍କୁ ଟପି ପାରିବ ଏବଂ ସେମିରେ ପ୍ରବେଶ କରିବ । ତେବେ ଭାରତ ଓ ବାଂଲାଦେଶ ଜିତିଲେ ଆଫଗାନିସ୍ତାନ ବାଦ୍ ପଡ଼ିବ ଏବଂ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇ ପାରିବ । ଅଷ୍ଟ୍ରେଲିଆ ଓ ବାଂଲାଦେଶ ଜିତିଲେ ଭାରତ ଓ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିବେ । ସେହିପରି ଭାରତ ଓ ଆଫଗାନିସ୍ତାନ ଜିତିଲେ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହେବ । ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରେକର୍ଡ଼ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ ବିଜୟୀ ହୋଇଛି । ଟି-ଟ୍ୱେଣ୍ଟିରେ ଉଭୟ ଦଳ ମଧ୍ୟରେ ୩୧ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଭାରତ ୧୯ଟି ଓ ଅଷ୍ଟ୍ରେଲିଆ ୧୧ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା । ଚଳିତ ବିଶ୍ୱକପ୍ରେ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ଥିବାବେଳେ ବିଜୟରେ ଯୋଗଦାନ ଦେଉଛନ୍ତି । ଆସନ୍ତାକାଲି ରୋହିତ ବାହିନୀ ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ