ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ: ଜାତୀୟ ରାଜପଥ ଖୋଲିବାକୁ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ । ଚାଷୀମାନେ ସେମାନଙ୍କର ଦାବି ସମ୍ପର୍କରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଆଜି କୃଷକମାନେ ଦିନସାରା ଶମ୍ଭୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ରାଜପଥ ମଧ୍ୟ ବନ୍ଦ ରହିଛି। ରାଜପଥ ବନ୍ଦ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଗୌତମ ଲୁଥ୍ରା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।ଏହି ଆବେଦନ ମାଧ୍ୟମରେ ସେ କୃଷକମାନଙ୍କ ଦ୍ୱାରା ବନ୍ଦ ହୋଇଥିବା ଜାତୀୟ ରାଜପଥ ଖୋଲିବାକୁ ଦାବି କରିଛନ୍ତି। ସାଧାରଣ ଜନତାଙ୍କ ପାଇଁ କୃଷକମାନେ ବନ୍ଦ କରିଥିବା ସମସ୍ତ ଜାତୀୟ ରାଜପଥ ଏବଂ ରେଳ ଟ୍ରାକ୍ ଖୋଲିବାକୁ ଏହି ଆବେଦନରେ ଦାବି କରାଯାଇଛି।କୃଷକମାନଙ୍କ 'ଦିଲ୍ଲୀ ଚଲୋ' ପଦଯାତ୍ରା ସ୍ଥଗିତ। ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇବା ପରେ ଏହି ନିଷ୍ପତ୍ତି ସଂଗଠନ ନେଇଛନ୍ତି ଚାଷୀ ସଂଗଠନ। ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ୧୦୧ କୃଷକଙ୍କ ଟିମ୍‌କୁ ହରିୟାଣା ପୋଲିସ ଦ୍ୱାରା ଅଟକାଇ ଲୁହବୁହା ଗ୍ୟାସ ଚଳାଇଥିଲା। ଏହି କାରଣରୁ ୯ ଜଣ କୃଷକ ଆହତ ହୋଇଥିଲେ। ଏହା ପରେ କୃଷକ ନେତା ସୌରଭ ସିଂ ପାଣ୍ଡେର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି

ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ: ଜାତୀୟ ରାଜପଥ ଖୋଲିବାକୁ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ । ଚାଷୀମାନେ ସେମାନଙ୍କର ଦାବି ସମ୍ପର୍କରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଆଜି କୃଷକମାନେ ଦିନସାରା ଶମ୍ଭୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ରାଜପଥ ମଧ୍ୟ ବନ୍ଦ ରହିଛି। ରାଜପଥ ବନ୍ଦ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଗୌତମ ଲୁଥ୍ରା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

ଏହି ଆବେଦନ ମାଧ୍ୟମରେ ସେ କୃଷକମାନଙ୍କ ଦ୍ୱାରା ବନ୍ଦ ହୋଇଥିବା ଜାତୀୟ ରାଜପଥ ଖୋଲିବାକୁ ଦାବି କରିଛନ୍ତି। ସାଧାରଣ ଜନତାଙ୍କ ପାଇଁ କୃଷକମାନେ ବନ୍ଦ କରିଥିବା ସମସ୍ତ ଜାତୀୟ ରାଜପଥ ଏବଂ ରେଳ ଟ୍ରାକ୍ ଖୋଲିବାକୁ ଏହି ଆବେଦନରେ ଦାବି କରାଯାଇଛି।

କୃଷକମାନଙ୍କ 'ଦିଲ୍ଲୀ ଚଲୋ' ପଦଯାତ୍ରା ସ୍ଥଗିତ। ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇବା ପରେ ଏହି ନିଷ୍ପତ୍ତି ସଂଗଠନ ନେଇଛନ୍ତି ଚାଷୀ ସଂଗଠନ। ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ୧୦୧ କୃଷକଙ୍କ ଟିମ୍‌କୁ ହରିୟାଣା ପୋଲିସ ଦ୍ୱାରା ଅଟକାଇ ଲୁହବୁହା ଗ୍ୟାସ ଚଳାଇଥିଲା। ଏହି କାରଣରୁ ୯ ଜଣ କୃଷକ ଆହତ ହୋଇଥିଲେ। 

ଏହା ପରେ କୃଷକ ନେତା ସୌରଭ ସିଂ ପାଣ୍ଡେର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମର ଶକ୍ତି ପର୍ଯ୍ୟାପ୍ତ ନୁହେଁ। ସୋମବାର ପୁଣିଥରେ କୃଷକ ସଂଗଠନର ଏକ ବୈଠକ ହେବ। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।