ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କା ହେବାରୁ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏହି ଘଟଣାରେ ଛାତ୍ରୀ ଜଣକ ସାମାନ୍ୟ ଅଧିକ ଆହତ ହୋଇଥିବାରୁ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚିକିତ୍ସା ହେବା ପରେ ୫ମଶ୍ରେଣୀର ଛାତ୍ରୀ ତସ୍ମିନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ସେ […] The post ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କା ହେବାରୁ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏହି ଘଟଣାରେ ଛାତ୍ରୀ ଜଣକ ସାମାନ୍ୟ ଅଧିକ ଆହତ ହୋଇଥିବାରୁ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲେ।

ସେଠାରେ ଚିକିତ୍ସା ହେବା ପରେ ୫ମଶ୍ରେଣୀର ଛାତ୍ରୀ ତସ୍ମିନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ସେ ତସ୍ମିନଙ୍କ ଉଦ୍ଦେଶ୍ୟରେ ଗୋଟେ ସାଇକେଲ ତାଙ୍କ ପିତା ତୟଦ ମହମ୍ମଦଙ୍କୁ ଯୋଗାଇ ଦେଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତସ୍ମିନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସୂଚନାଯୋଗ୍ୟ ପ୍ରଭାତୀ ପରିଡା ତାଙ୍କ ନିର୍ବାଚନମଣ୍ଡଳୀ ନିମାପଡାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ତେବେ ତାଙ୍କ ପୋଲିସ୍ ଏସକର୍ଟ ଭ୍ୟାନ୍ ସୋରିସିପଡା ଠାରେ ଦୁଇଜଣ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୋପ ମହାଜନ ସାହି ନିକଟରେ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ସାଇକେଲ ଯୋଗେ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

 

The post ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.