ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ

ଭୁବନେଶ୍ୱର,୬ା୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏପ୍ରିଲ ୭ (ସୋମବାର) ରାଜଧାନୀ ଭୁବନେଶ୍ୱରରେ ଯୋଗ ମହୋତ୍ସବ-୨୦୨୫ ଆୟୋଜନ ହେବ। ଆୟୁଷ ମନ୍ତ୍ରଣାଳୟ ଏବଂ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ମିଳିତ ଭାବରେ ସକାଳ ୬.୩୦ ରୁ ସକାଳ ୮ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ ଆୟୋଜନ କରିବେ। କେନ୍ଦ୍ର ଆୟୁଷ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା […] The post ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ appeared first on Dharitri Odia News.

ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ

ଭୁବନେଶ୍ୱର,୬ା୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏପ୍ରିଲ ୭ (ସୋମବାର) ରାଜଧାନୀ ଭୁବନେଶ୍ୱରରେ ଯୋଗ ମହୋତ୍ସବ-୨୦୨୫ ଆୟୋଜନ ହେବ। ଆୟୁଷ ମନ୍ତ୍ରଣାଳୟ ଏବଂ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ମିଳିତ ଭାବରେ ସକାଳ ୬.୩୦ ରୁ ସକାଳ ୮ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ ଆୟୋଜନ କରିବେ।

କେନ୍ଦ୍ର ଆୟୁଷ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଆୟୁଷ ମନ୍ତ୍ରଣାଳୟର ସଚିବ ରାଜେଶ କୋଟେଚା ଏବଂ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସର ପୂର୍ବସୂରୀ ଭାବରେ କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ-୨୦୨୫ ଆୟୋଜନ କରାଯିବ। ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଭୁବନେଶ୍ୱରରେ ଯୋଗ ମହୋତ୍ସବ ଆୟୋଜନ ସହିତ, ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଗ୍ରହଣ କରାଯିବା ପରେ ଜୁନ୍ ୨୧ ତାରିଖରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି।

The post ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ appeared first on Dharitri Odia News.