ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସୋମବାର ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ […] The post ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ appeared first on Dharitri Odia News.
ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସୋମବାର ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ରଥଯାତ୍ରା ପାଇଁ କେବଳ ୭ ତାରିଖ ଦିନ ଛୁଟି ରହିଥିଲା। ଶିକ୍ଷା କ୍ୟାଲେଣ୍ଡରରେ ମଧ୍ୟ ରଥଯାତ୍ରା ଛୁଟି ରବିବାର ଥିଲା। ତେବେ ଚଳିତବର୍ଷ ଦୁଇଦିନ ରଥଯାତ୍ରା ପଡ଼ୁଥିବାରୁ ସରକାର ୮ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବାବେଳେ ଏବେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି।
The post ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ appeared first on Dharitri Odia News.