ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ସଲମାନ୍ ଖାନ୍, ଜାଣନ୍ତୁ କାହାକୁ…
ବମ୍ବେ: ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ବଲିଉଡ୍ ସୁପରଷ୍ଟାର ସଲମାନ୍। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା। ଆମିର ଖାନ୍ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସଲମାନ କିରଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ଦେଖିଥିଲେ। ଏହି ଫିଲ୍ମକୁ ଦେଖିବା ପରେ ସଲମାନ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏପରିକି ତାଙ୍କ ସହ କାମ […] The post ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ସଲମାନ୍ ଖାନ୍, ଜାଣନ୍ତୁ କାହାକୁ… appeared first on Dharitri Odia News.
ବମ୍ବେ: ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ବଲିଉଡ୍ ସୁପରଷ୍ଟାର ସଲମାନ୍। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା। ଆମିର ଖାନ୍ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିଛନ୍ତି।
ନିକଟରେ ସଲମାନ କିରଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ଦେଖିଥିଲେ। ଏହି ଫିଲ୍ମକୁ ଦେଖିବା ପରେ ସଲମାନ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏପରିକି ତାଙ୍କ ସହ କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି।
ସଲମାନ ନିଜର ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, କିରଣ ରାଓଙ୍କ ‘ଲାପତା ଲେଡିଜ୍’ ଦେଖିଲି। ବାଃ ବାଃ କିରଣ। ମୁଁ ଏବଂ ମୋ ବାପା ବହୁତ ଉପଭୋଗ କଲୁ। ଭଲ କାମ ଏବଂ ଜଣେ ନିର୍ଦ୍ଦେଶକ ଭାବେ ନିଜର ଏଭଳି ଆରମ୍ଭ ଲାଗି ଆପଣଙ୍କୁ ଶୁଭେଚ୍ଛା। କେବେ ମୋ’ ସହ କାମ କରିବେ?
The post ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ସଲମାନ୍ ଖାନ୍, ଜାଣନ୍ତୁ କାହାକୁ… appeared first on Dharitri Odia News.