ସ୍କୁଲରେ ଚାଲିଥିଲା ଗଣିତ ପରୀକ୍ଷା, କପି ଯୋଗାଇବାକୁ ସ୍କୁଲ ଭିତରକୁ ପଶିଗଲେ ଅଭିଭାବକ
ଆଠଗଡ ୨୮/୦୨: ବଡମ୍ବା ବ୍ଲକ୍ ଖୁଣ୍ଟକଟା ହାଇସ୍କୁଲରେ ଗଣିତ ପରୀକ୍ଷା କପି ଯୋଗାଇବାକୁ ସ୍କୁଲ ଭିତରକୁ ପଶିଗଲେ ଶହ ଶହ ଅଭିଭାବକ । କଟକ ବଡମ୍ବା ବ୍ଲକ୍ ଖୁଣ୍ଟକଟା ନୋଡାଲ ହାଇସ୍କୁଲରେ ନଜର ଆସିଛି ଏପରି ଦୃଶ୍ୟ । ଗଣିତ ପରୀକ୍ଷା ଚାଲିଥିବାବେଳେ ଛାତ୍ରଛାତ୍ରୀଙ୍କୁ କପି ଦେବାକୁ ପହଞ୍ଚିଗଲେ ଅଭିଭାବକ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଭିଡିଓରେ କିଏ ସ୍କୁଲ ହତା ଭିତରେ ପଶି କପି ଯୋଗାଇ ଦେଉଚି ତ ଆଉ କେହି ପାଚେରୀ ଚଢି ହଲର ସ୍କାଇ ଲାଇଟ ବାଟ ଦେଇ କାଗଜ ଫୋପାଡ଼ି ଦେଉଛି । ସେଣ୍ଟରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ସେଣ୍ଟର ଛାଡି ଦେଇଥିଲେ । ଏନେଇ ଖୁଣ୍ଟକଟା ହାଇସ୍କୁଲ ସୁପରିନଟେଣ୍ଡେଣ୍ଟ ଅରୁଣ ବଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ବାବଦରେ କୌଣସି ସହଯୋଗ କରିନଥିଲେ । ଯାହାକୁ ନେଇ ଖୁଣ୍ଟକଟା ଅଞ୍ଚଳର ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିରପେକ୍ଷ ପରୀକ୍ଷା ପରିଚାଳନା ସହ ଆଲୋଚନା ସେଣ୍ଟର ସୁପରିନଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି ହେଉଛି ।
ଆଠଗଡ ୨୮/୦୨: ବଡମ୍ବା ବ୍ଲକ୍ ଖୁଣ୍ଟକଟା ହାଇସ୍କୁଲରେ ଗଣିତ ପରୀକ୍ଷା କପି ଯୋଗାଇବାକୁ ସ୍କୁଲ ଭିତରକୁ ପଶିଗଲେ ଶହ ଶହ ଅଭିଭାବକ । କଟକ ବଡମ୍ବା ବ୍ଲକ୍ ଖୁଣ୍ଟକଟା ନୋଡାଲ ହାଇସ୍କୁଲରେ ନଜର ଆସିଛି ଏପରି ଦୃଶ୍ୟ । ଗଣିତ ପରୀକ୍ଷା ଚାଲିଥିବାବେଳେ ଛାତ୍ରଛାତ୍ରୀଙ୍କୁ କପି ଦେବାକୁ ପହଞ୍ଚିଗଲେ ଅଭିଭାବକ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ଭିଡିଓରେ କିଏ ସ୍କୁଲ ହତା ଭିତରେ ପଶି କପି ଯୋଗାଇ ଦେଉଚି ତ ଆଉ କେହି ପାଚେରୀ ଚଢି ହଲର ସ୍କାଇ ଲାଇଟ ବାଟ ଦେଇ କାଗଜ ଫୋପାଡ଼ି ଦେଉଛି । ସେଣ୍ଟରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ସେଣ୍ଟର ଛାଡି ଦେଇଥିଲେ ।
ଏନେଇ ଖୁଣ୍ଟକଟା ହାଇସ୍କୁଲ ସୁପରିନଟେଣ୍ଡେଣ୍ଟ ଅରୁଣ ବଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ବାବଦରେ କୌଣସି ସହଯୋଗ କରିନଥିଲେ । ଯାହାକୁ ନେଇ ଖୁଣ୍ଟକଟା ଅଞ୍ଚଳର ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିରପେକ୍ଷ ପରୀକ୍ଷା ପରିଚାଳନା ସହ ଆଲୋଚନା ସେଣ୍ଟର ସୁପରିନଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି ହେଉଛି ।