ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧ା୧୦(ସୁବାସ ଚନ୍ଦ୍ର ପାଢୀ): ବ୍ରହ୍ମପୁର ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ତାଙ୍କ ସ୍ବାମୀ ହିରଣ୍ୟ ସେଠୀ(୪୭)ଙ୍କୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ତାଙ୍କ ରାୟରେ ଉଲ୍ଲେଖ ରହିଛି। ସେହିପରି ୧୧ ହଜାର ଟଙ୍କା ଜରିମାନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ […] The post ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର,୧ା୧୦(ସୁବାସ ଚନ୍ଦ୍ର ପାଢୀ): ବ୍ରହ୍ମପୁର ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ତାଙ୍କ ସ୍ବାମୀ ହିରଣ୍ୟ ସେଠୀ(୪୭)ଙ୍କୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ତାଙ୍କ ରାୟରେ ଉଲ୍ଲେଖ ରହିଛି। ସେହିପରି ୧୧ ହଜାର ଟଙ୍କା ଜରିମାନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୯ ମାସ ସଶ୍ରମ କାରାଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପିପି ସୌଭାଗ୍ୟ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ୨୦୨୨ ଫେବୃଆରୀ ୮ ରେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଝୁନୁ ସେଠୀଙ୍କୁ ତାଙ୍କ ସ୍ବାମୀ ହିରଣ୍ୟ ଛୁରିରେ ବେକ କାଟି ହତ୍ୟା କରିଥିଲେ। ଏପରିକି ଘଟଣା ପରେ ସେ ନିଜ ବେକ କାଟି ହତ୍ୟା ଉଦ୍ୟମ କରିଥିଲେ। ମୃତ ମହିଳା ନିଜ ଭାଇ ରାଜେନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ପୋଲିସ ୯୬/୨୨ରେ ଏଜେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଏସଆଇ ତଥା ତଦନ୍ତକାରୀ ଅଧିକାରୀ ବଳଭଦ୍ର ଗଣ୍ଡ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମଙ୍ଗଳବାର ଜଜ ୧୭ ଜଣ ସାକ୍ଷୀଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।
The post ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.