ସ୍ପିନରଙ୍କ ଜାଲରେ ଫସିଗଲା ନ୍ୟୁଜିଲାଣ୍ଡ, ବିଜୟ ସହ ଗ୍ରୁପ୍‌-A ଶୀର୍ଷରେ ଭାରତ

ନୂଆଦିଲ୍ଲୀ: ଶେଷ ଲିଗ୍ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଭାରତ ଗ୍ରୁପ୍‌-ଏର ଶୀର୍ଷରେ ରହିଛି। ଭାରତ ସେମିଫାଇନାଲ ଅଷ୍ଟ୍ରେଲିଆ ସହ ଖେଳିବ।ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା  ଉପଯୋଗୀ ୪୫ ରନ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି। 

ସ୍ପିନରଙ୍କ ଜାଲରେ ଫସିଗଲା ନ୍ୟୁଜିଲାଣ୍ଡ, ବିଜୟ ସହ ଗ୍ରୁପ୍‌-A ଶୀର୍ଷରେ ଭାରତ

ନୂଆଦିଲ୍ଲୀ: ଶେଷ ଲିଗ୍ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଭାରତ ଗ୍ରୁପ୍‌-ଏର ଶୀର୍ଷରେ ରହିଛି। ଭାରତ ସେମିଫାଇନାଲ ଅଷ୍ଟ୍ରେଲିଆ ସହ ଖେଳିବ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା  ଉପଯୋଗୀ ୪୫ ରନ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।