ସ୍ବାସ୍ଥ୍ୟକର ଜୁଆଣି, ଅନେକଙ୍କ ପାଇଁ ହୋଇପାରେ ବିପଦ ! ଜାଣନ୍ତୁ କେଉଁମାନେ ଏଥିରୁ ରହିବେ ଦୂରେଇ…
ନୂଆଦିଲ୍ଲୀ ୧୭।୦୭: ଜୁଆଣି । ପ୍ରତ୍ୟକ ରୋଷେଇ ଘରେ ମିଳିଥାଏ । ଏହାକୁ ସାଧାରଣତଃ ମସଲାରେ ବ୍ୟବହାର କରଯାଏ । ଜୁଆଣିରେ ଭରପୁର ମାତ୍ରାରେ ପୋଷଣ ରହିଛି । ଏହାକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କିନ୍ତୁ ଏହାର ବ୍ୟବହାର କିଛି ଲୋକଙ୍କ ପାଇଁ କ୍ଷତିକାରକ । ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ ଜୁଆଣି ଖାଇବା ମନା। ଜୁଆଣି ଏକ ପ୍ରକାର ଗରମ ମସଲା। ତେଣୁ ଗର୍ଭବତୀ ମହିଳା ଏହାକୁ ସେବନ କରିବା ଉଚିତ୍ ନୁହେଁ । କାରଣ ଜୁଆଣି ଖାଇବା ଦ୍ବାରା ଶରୀର ଅଧିକ ଗରମ ହୋଇଥାଏ। ଯାହା ମା ଏବଂ ଛୁଆ ପାଇଁ ହାନିକାରକ ଅଟେ। ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଚର୍ମରୋଗ ଅଛି ସେମାନେ ମଧ୍ୟ ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଯଦି କାହାର ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ସେମାନେ ଜୁଆଣି ଖାଇବା ଉଚିତ୍ ନୁହେଁ । ଏହା ସମସ୍ୟାକୁ ଆହୁରି ବଢାଇପାରେ । ସେହିପରି ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ଜୁଆଣି ଖାଇବା ଉଚିତ୍ ନୁହେଁ । ଏହି କାରଣରୁ ରକ୍ତଚାପ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ତେଣୁ ଜୁଆଣିର ଅତ୍ୟଧିକ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ହିଁ ଜୁଆଣିକୁ ଖାଇବା ଉଚିତ୍ । ନଚେତ୍ ଅଜଣାତରେ ଅନେକ ରୋଗର ହୋଇପାରନ୍ତି ଶିକାର ।
ନୂଆଦିଲ୍ଲୀ ୧୭।୦୭: ଜୁଆଣି । ପ୍ରତ୍ୟକ ରୋଷେଇ ଘରେ ମିଳିଥାଏ । ଏହାକୁ ସାଧାରଣତଃ ମସଲାରେ ବ୍ୟବହାର କରଯାଏ । ଜୁଆଣିରେ ଭରପୁର ମାତ୍ରାରେ ପୋଷଣ ରହିଛି । ଏହାକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

କିନ୍ତୁ ଏହାର ବ୍ୟବହାର କିଛି ଲୋକଙ୍କ ପାଇଁ କ୍ଷତିକାରକ । ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ ଜୁଆଣି ଖାଇବା ମନା। ଜୁଆଣି ଏକ ପ୍ରକାର ଗରମ ମସଲା। ତେଣୁ ଗର୍ଭବତୀ ମହିଳା ଏହାକୁ ସେବନ କରିବା ଉଚିତ୍ ନୁହେଁ । କାରଣ ଜୁଆଣି ଖାଇବା ଦ୍ବାରା ଶରୀର ଅଧିକ ଗରମ ହୋଇଥାଏ। ଯାହା ମା ଏବଂ ଛୁଆ ପାଇଁ ହାନିକାରକ ଅଟେ।

ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଚର୍ମରୋଗ ଅଛି ସେମାନେ ମଧ୍ୟ ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଯଦି କାହାର ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ସେମାନେ ଜୁଆଣି ଖାଇବା ଉଚିତ୍ ନୁହେଁ । ଏହା ସମସ୍ୟାକୁ ଆହୁରି ବଢାଇପାରେ ।

ସେହିପରି ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ଜୁଆଣି ଖାଇବା ଉଚିତ୍ ନୁହେଁ । ଏହି କାରଣରୁ ରକ୍ତଚାପ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ତେଣୁ ଜୁଆଣିର ଅତ୍ୟଧିକ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ହିଁ ଜୁଆଣିକୁ ଖାଇବା ଉଚିତ୍ । ନଚେତ୍ ଅଜଣାତରେ ଅନେକ ରୋଗର ହୋଇପାରନ୍ତି ଶିକାର ।