ହଂକଂ-ଚୀନରେ ଦ୍ରୁତ ଗତିରେ ବଢୁଛି କରୋନା ମାମଲା, ଭାରତରେ କ’ଣ ହେବ ?

ନୂଆଦିଲ୍ଲୀ: ଲକ୍‌ଡାଉନ୍, ଭ୍ୟାକ୍ସିନ୍, ମାସ୍କ ଓ ରେମ୍‌ଡେସିଭିର...ଏହି ଶବ୍ଦଗୁଡ଼ିକୁ ଲୋକେ ଏବେ ବି ଭୁଲି ନଥିବେ । ଏହି ଶବ୍ଦଗୁଡ଼ିକୁ ଶୁଣିବା ମାତ୍ରେ ପାଞ୍ଚ ବର୍ଷ ପୁରୁଣା ଅଭୁଲା ଦୃଶ୍ୟ ସବୁ ତାଜା ହୋଇଯିବ । କରୋନା ମହାମାରୀର ସେହି ଭୟଙ୍କର ସମୟ ପୁଣି ଥରେ ଫେରୁଥିବା ନଜର ଆସୁଛି । ଏସିଆର ଅନେକ ଦେଶରେ ପୁଣି ଥରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳୁଛି । ସିଙ୍ଗାପୁରୁ, ହଂକଂ, ଚୀନ ଓ ଥାଇଲାଣ୍ଡ ପରି ଦେଶରେ କରୋନାର ନୂଆ ମାମଲାରେ ଅପ୍ରତ୍ୟାଶିତ ବୃଦ୍ଧି ରେକର୍ଡ କରାଯାଇଛି । ଏଥିର କରୋନା ସଂକ୍ରମଣ ପାଇଁ ଓମିକ୍ରନର ନୂତନ ଭାରିଆଣ୍ଟ ଜେଏନ୍ ୧ ଓ ଏହାର ସବ୍ ଭାରିଆଣ୍ଟ ଏଲଏଫ୍-୭ ଓ NB୧.୮କୁ ଦାୟୀ କରାଯାଉଛି ।ସିଙ୍ଗାପୁରରେ ମେ ଆରମ୍ଭରୁ ହିଁ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଏପ୍ରିଲ୍ ଶେଷ ସପ୍ତାହରେ ଏଠାରେ ୧୧ ଆକ୍ଟିଭ କେସ୍ ଥିଲା, ଅନ୍ୟପଟେ ଏବେ ସଂଖ୍ୟା ବଢି ୧୪୦୦୦ରୁ ଅଧିକ ହୋଇଛି । ମାମଲାରେ ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ଯାଏ ବଢିଛି । ରିପୋର୍ଟ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ବଢିଛି, କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ନୂଆ ଭାରିଆଣ୍ଟ ପୂର୍ବ ତୁଳନାରେ କେତେ ବିପଦଜ୍ଜନକ କିମ୍ୱା କେତେ ଶୀଘ୍ର ବ୍ୟାପେ ସେ ବାବଦରେ ସୂଚନା ସ୍ପଷ୍ଟ ହୋଇପାରି ନାହିଁ ।ଚୀନ

ହଂକଂ-ଚୀନରେ ଦ୍ରୁତ ଗତିରେ ବଢୁଛି କରୋନା ମାମଲା, ଭାରତରେ କ’ଣ ହେବ ?

ନୂଆଦିଲ୍ଲୀ: ଲକ୍‌ଡାଉନ୍, ଭ୍ୟାକ୍ସିନ୍, ମାସ୍କ ଓ ରେମ୍‌ଡେସିଭିର...ଏହି ଶବ୍ଦଗୁଡ଼ିକୁ ଲୋକେ ଏବେ ବି ଭୁଲି ନଥିବେ । ଏହି ଶବ୍ଦଗୁଡ଼ିକୁ ଶୁଣିବା ମାତ୍ରେ ପାଞ୍ଚ ବର୍ଷ ପୁରୁଣା ଅଭୁଲା ଦୃଶ୍ୟ ସବୁ ତାଜା ହୋଇଯିବ । କରୋନା ମହାମାରୀର ସେହି ଭୟଙ୍କର ସମୟ ପୁଣି ଥରେ ଫେରୁଥିବା ନଜର ଆସୁଛି । ଏସିଆର ଅନେକ ଦେଶରେ ପୁଣି ଥରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳୁଛି । ସିଙ୍ଗାପୁରୁ, ହଂକଂ, ଚୀନ ଓ ଥାଇଲାଣ୍ଡ ପରି ଦେଶରେ କରୋନାର ନୂଆ ମାମଲାରେ ଅପ୍ରତ୍ୟାଶିତ ବୃଦ୍ଧି ରେକର୍ଡ କରାଯାଇଛି । ଏଥିର କରୋନା ସଂକ୍ରମଣ ପାଇଁ ଓମିକ୍ରନର ନୂତନ ଭାରିଆଣ୍ଟ ଜେଏନ୍ ୧ ଓ ଏହାର ସବ୍ ଭାରିଆଣ୍ଟ ଏଲଏଫ୍-୭ ଓ NB୧.୮କୁ ଦାୟୀ କରାଯାଉଛି ।

ସିଙ୍ଗାପୁରରେ ମେ ଆରମ୍ଭରୁ ହିଁ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ଏପ୍ରିଲ୍ ଶେଷ ସପ୍ତାହରେ ଏଠାରେ ୧୧ ଆକ୍ଟିଭ କେସ୍ ଥିଲା, ଅନ୍ୟପଟେ ଏବେ ସଂଖ୍ୟା ବଢି ୧୪୦୦୦ରୁ ଅଧିକ ହୋଇଛି । ମାମଲାରେ ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ଯାଏ ବଢିଛି । ରିପୋର୍ଟ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ବଢିଛି, କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ନୂଆ ଭାରିଆଣ୍ଟ ପୂର୍ବ ତୁଳନାରେ କେତେ ବିପଦଜ୍ଜନକ କିମ୍ୱା କେତେ ଶୀଘ୍ର ବ୍ୟାପେ ସେ ବାବଦରେ ସୂଚନା ସ୍ପଷ୍ଟ ହୋଇପାରି ନାହିଁ ।

ଚୀନ ଓ ଥାଇଲାଣ୍ଡରେ ସେଠାକାର ସରକାର ଆଲର୍ଟ ମୋଡରେ ଅଛନ୍ତି । ଚୀନରେ ଲୋକଙ୍କୁ କରୋନାର ବୁଷ୍ଟର୍ ଡୋଜ୍ ନେବା ପାଇଁ ପରାମର୍ଶ ଦିଆଯାଇଛି । ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ ଆଣ୍ଡ ପ୍ରିଭେନସନ ଅନୁସାରେ କରୋନାର ଆଉ ଏକ ଲହର ଦେଖିବାକୁ ମିଳିପାରେ । ନୂଆ ଭାରିଆଣ୍ଟ ବ୍ୟାପିବା ପରେ ଭାରତ ସମେତ ଅନେକ ଦେଶ ଆଲର୍ଟକୁ ଆସିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ମେ ୧୯ ସୁଦ୍ଧା ଭାରତରେ କରୋନାର ୨୫୭ଟି ଆକ୍ଟିଭ ମାମଲା ରହିଛି । ମନ୍ତ୍ରଣାଳୟ ଅନୁସାରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ।

ଦେଶର ଅନେକ ଡାକ୍ତରଙ୍କ ମତରେ ଭାରତରେ ବି କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିପାରେ । କାରଣ ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା ପୂର୍ବ ଅପେକ୍ଷ କମ ହୋଇଛି । ବିଶେଷଜ୍ଞଙ୍କ ମତରେ ହଂକଂ ଓ ଚୀନରେ କରୋନା ମାମଲା ଯେପରି ହଠାତ୍ ବଢିଲା, ଭାରତରେ ମଧ୍ୟ ସମାନ ସ୍ଥିତି ହୋଇପାରେ । ଏହି ଦେଶଗୁଡ଼ିକରେ କରୋନା ମାମଲା ବୃଦ୍ଧି ପଛରେ ଦୁର୍ବଳ ଆଣ୍ଟିବଡି ଏକ ପ୍ରମୁଖ କାରଣ ବୋଲି ଅନୁମାନ କରାଯାଉଛି ।