ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ସାଇ ସରସ୍ବତୀ ଶିଶୁ ମନ୍ଦିର ହଷ୍ଟେଲରେ ଗତ ଶନିବାର ପଞ୍ଚମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ମୃତ କିରଣଙ୍କ ଘର ଛତ୍ରପୁର ବ୍ଲକ ଭିକାରି ପଲ୍ଲୀ ପଞ୍ଚାୟତ କମାପଲ୍ଲୀ l ଉକ୍ତ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି l ସେହି ହଷ୍ଟେଲରେ ରହୁଥିବା ମୃତ କିରଣଙ୍କ ସମ୍ପର୍କୀୟ ନାବାଳକ ଭାଇ ବିସ୍କୁଟରେ ବିଷ ଦେଇ ମାରିଥିବା ଉକ୍ତ ହଷ୍ଟେଲ ମୁଖ୍ୟ ପରିଚାଳକ ସୁରେଶ କୁମାର […] The post ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ appeared first on Dharitri Odia News.

ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ସାଇ ସରସ୍ବତୀ ଶିଶୁ ମନ୍ଦିର ହଷ୍ଟେଲରେ ଗତ ଶନିବାର ପଞ୍ଚମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ମୃତ କିରଣଙ୍କ ଘର ଛତ୍ରପୁର ବ୍ଲକ ଭିକାରି ପଲ୍ଲୀ ପଞ୍ଚାୟତ କମାପଲ୍ଲୀ l ଉକ୍ତ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି l ସେହି ହଷ୍ଟେଲରେ ରହୁଥିବା ମୃତ କିରଣଙ୍କ ସମ୍ପର୍କୀୟ ନାବାଳକ ଭାଇ ବିସ୍କୁଟରେ ବିଷ ଦେଇ ମାରିଥିବା ଉକ୍ତ ହଷ୍ଟେଲ ମୁଖ୍ୟ ପରିଚାଳକ ସୁରେଶ କୁମାର ଗୌଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ମୃତ କିରଣ ଛତ୍ରପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସମ୍ପର୍କୀୟ ଭାଇ ବିସ୍କୁଟରେ କଳାକଳା କଣ ମିଶେଇ ଦେଇଥିବା ଜଣାପଡିଛି। ଏହା ବିସ୍କୁଟ ଖାଇ ମରିଯା ବୋଲି କହିଥିଲେ। ମୃତ ପୂର୍ବରୁ ବାପା ମା’ଙ୍କ ଉପସ୍ଥିତରେ ସେ ଏହା କହିଥିବା ହଷ୍ଟେଲ ପରିଚାଳକ ସୁରେଶ କହିଛନ୍ତି। ଅନ୍ୟ ପଟେ ଉକ୍ତ ଘଟଣାକୁ ଗମ୍ଭୀର ଭାବେ ତଦନ୍ତ ଚାଲିଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ କିରଣ ବିସ୍କୁଟ ଖାଇବା ପରେ ପ୍ରବଳ ବାନ୍ତି ହୋଇଥିଲା। ଯାହା ଫଳରେ ସେ ରାତ୍ର ଭୋଜନ ଖାଇ ନ ଥିଲେ l ଅଧିକ ବାନ୍ତି ହେବା ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ଜଣେ କର୍ମଚାରୀ କିରଣକୁ ଛତ୍ରପୁର ମେଡିକାଲ ନେବା ସହ ବାପା ମା’ଙ୍କୁ ଖବର ଦେଇଥିଲେ l ଅଧିକ ଚିକିତ୍ସା ନିମନ୍ତେ ଛତ୍ରପୁର ମେଡିକାଲରୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର କିରଣକୁ ମୃତ ଘୋଷଣା କରିଥିଲେ l ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ପୁଅର ଅକାଳ ବିୟୋଗରେ ବାପା ମା’ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଜଣାପଡିଛି।

 

The post ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ appeared first on Dharitri Odia News.