ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି

ଭୁବନେଶ୍ୱର,୫ା୧: ହାଇଟେକ୍‌ ମେଡିକାଲରେ ହୋଇଥିବା ବିସ୍ଫୋରଣକୁ ନେଇ ନାନା ସମସ୍ୟା ଉପୁଜିଛି। ମୃତ ବ୍ୟକ୍ତି ଏବେ ଜୀବିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଜ୍ୟୋତିରଞ୍ଜନ ମଲିକଙ୍କ ମୃତଦେହ କୁଆଡ଼େ ଗଲା ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ ଗୁରୁବାର ଧାରଣାରେ ବସିଛନ୍ତି। ଏହି ଧାରଣା ପରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଏହି ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ଅପମୃତ୍ୟୁ […] The post ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି appeared first on Dharitri Odia News.

ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି

ଭୁବନେଶ୍ୱର,୫ା୧: ହାଇଟେକ୍‌ ମେଡିକାଲରେ ହୋଇଥିବା ବିସ୍ଫୋରଣକୁ ନେଇ ନାନା ସମସ୍ୟା ଉପୁଜିଛି। ମୃତ ବ୍ୟକ୍ତି ଏବେ ଜୀବିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଜ୍ୟୋତିରଞ୍ଜନ ମଲିକଙ୍କ ମୃତଦେହ କୁଆଡ଼େ ଗଲା ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ ଗୁରୁବାର ଧାରଣାରେ ବସିଛନ୍ତି।

ଏହି ଧାରଣା ପରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଏହି ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା ବି କରାଯାଇଥିଲା।
ଠିକାଦାର ସେହି ମେଡିକାଲର ଷ୍ଟାଫ୍‌ ତେଣୁ ତାଙ୍କୁ ପଚରାଉଚରା ହୋଇଛି। ଜଣେ ଏଡିସିପିଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅବହେଳା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

The post ହାଇଟେକ୍‌ ଦ୍ୱନ୍ଦ୍ୱ: ତଦନ୍ତ ହେବ କହିଲେ ଡିସିପି appeared first on Dharitri Odia News.