ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ
ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍ ହୋଇଛନ୍ତି। ବକ୍ସର ବିଜେନ୍ଦ୍ର ସିଂହ ଏକ୍ସ’ରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ନିର୍ବାଚନ ପୂର୍ବରୁ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ସେ କହିଛନ୍ତି, ‘ଜନତା ଯାହା ଚାହିଁବେ, ସେଥିପାଇଁ ମୁଁ ପ୍ରସ୍ତୁତ […] The post ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ appeared first on Dharitri Odia News.
ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍ ହୋଇଛନ୍ତି।
ବକ୍ସର ବିଜେନ୍ଦ୍ର ସିଂହ ଏକ୍ସ’ରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ନିର୍ବାଚନ ପୂର୍ବରୁ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ସେ କହିଛନ୍ତି, ‘ଜନତା ଯାହା ଚାହିଁବେ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି’।
ସୂଚନାଥାଉ କି, ୨୦୧୯ର ବିଜେନ୍ଦ୍ର କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ପ୍ରଥମ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ସେ ଦଳ ସହ ଜଡିତ ରହିଥିଲେ ମଧ୍ୟ ଡିସେମ୍ବର ୨୦୨୩ରେ ରାଜନୀତିରୁ ଅବସର ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। କିନ୍ତୁ ସେ ପୁଣି ଫେରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ୨୦୧୯ରେ କଂଗ୍ରେସରେ ଯୋଗ ଦେଇ ସେ ଦକ୍ଷିଣ ଦିଲ୍ଲୀ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ରମେଶ ବିଦୁରୀଙ୍କ ବିପକ୍ଷରେ ହାରିଥିଲେ। ଏହା ପରେ ଡିସେମ୍ବର ୨୦୨୩ରେ ସୋସିଆଲ ମିଡିଆରେ ‘ରାଜନୀତିକୁ ରାମ-ରାମ’ ଲେଖି ଅବସର ଘୋଷଣା କରିଥିଲେ।
The post ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ appeared first on Dharitri Odia News.