ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ; ୬୯ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା। ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବାଦଲଫଟା ବର୍ଷା। ବର୍ତ୍ତମାନ... The post ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ; ୬୯ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ appeared first on .

ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ; ୬୯ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା। ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବାଦଲଫଟା ବର୍ଷା। ବର୍ତ୍ତମାନ ସୁଦ୍ଧା ହିମାଚଳପ୍ରଦେଶରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ୩୭ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସିମଲା, ମଣ୍ଡି ଓ ସିରମୁର ଉପତ୍ୟକାରେ ପ୍ରବଳ କ୍ଷତି ଘଟିଛି। ଆସନ୍ତା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷାର ତାଣ୍ଡବ। ଗତ ଜୁନ୍ ୨୦ରୁ ଜୁଲାଇ ୩ ମଧ୍ୟରେ ୬୯ ଲୋକ ପ୍ରାଣ ହରାଛନ୍ତି। ପଚ୍ଛଦ ଅଞ୍ଚଳରେ ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ବରସାରରେ ୯୨ ମିମି ବର୍ଷା ରେକର୍ଡ ହୋଇଛି। ସକ୍ରିୟ ମୌସୁମୀ ଓ ବାଦଲ ଫଟା ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

ଭୀଷଣ ବର୍ଷାରେ ବେହାଲ୍ ହୋଇପଡିଛି ହିମାଚଳ ପ୍ରଦେଶର ବିଭିନ୍ନ ସହର। ହିମାଚଳରେ ୭ଶହ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସେଠାକାର ସରକାର କହିଛନ୍ତି। ମଣ୍ଡିର ଥୁନାଗ, ବାଗସାୟେଦ ଅଂଚଳରେ ବ୍ୟାପକ ପ୍ରଭାବିତ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ହିମାଚଳ ପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ବିଳାସପୁର, ହମୀରପୁର, କିନ୍ନାଉର, କୁଲ୍ଲୁ, ଲାହୌଲ ସ୍ପୀତି, ସିରମୌର, ସୋଲନ ଓ ଉନା ଜିଲ୍ଲାରେ ମଧ୍ୟ ଜୀବନହାନି ଘଟିଛି। ବର୍ଷା ବିତ୍ପାତ ଯୋଗୁ ରାଜ୍ୟରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୧୪ଟି ବ୍ରିଜ୍ ଭାସିଯାଇଛି। ୩୦୦ ଗୃହପାଳିତ ପଶୁ ମରିଛନ୍ତି। ପୂରା ରାଜ୍ୟରେ ୫୦୦ଟି ରାସ୍ତା ବନ୍ଦ ହୋଇଯାଇଛି।

The post ହିମାଚଳ ଓ ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ; ୬୯ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ appeared first on .