ହ୍ବେନ୍ ଇନ୍ ରୋମ୍…
ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିଲେ। କେବଳ ଚିରାଗ ନୁହନ୍ତି ଭାରତରୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନେକେ ବିଭିନ୍ନ ଦେଶରେ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୮ରୁ ଏଯାବତ ବିଦେଶରେ […] The post ହ୍ବେନ୍ ଇନ୍ ରୋମ୍… appeared first on Dharitri Odia News.
ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିଲେ। କେବଳ ଚିରାଗ ନୁହନ୍ତି ଭାରତରୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନେକେ ବିଭିନ୍ନ ଦେଶରେ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୮ରୁ ଏଯାବତ ବିଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ସବୁଠୁ ବେଶି ୯୧ ଜଣଙ୍କର କାନାଡ଼ାରେ ମୃତ୍ୟୁ ହୋଇଛି। ଆମେରିକା ତୁଳନାରେ କମ୍ ଛାତ୍ର କାନାଡ଼ାରେ ପଢୁଛନ୍ତି। ବିଶ୍ୱ ବ୍ୟାଙ୍କ ତଥ୍ୟ ମୁତାବକ, ଏବେ ବିଦେଶରେ ରହୁଥିବା ପାଖାପାଖି ୧୩.୨ ଲକ୍ଷ ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ (୪.୬ ଲକ୍ଷ) ଆମେରିକାରେ ଥିବାବେଳେ କାନାଡ଼ାରେ ରହିଛନ୍ତି ୨.୨୫ ଲକ୍ଷ। ହେଲେ ବେଶି ଛାତ୍ରଙ୍କ ମୃତ୍ୟୁ ଘଟୁଛି କାନାଡ଼ାରେ ଓ ଅଧିକ ଭାରତୀୟ ଛାତ୍ରୀଛାତ୍ର ସେଠାରେ ଆକ୍ରମଣର ଶିକାର ହେଉଛନ୍ତି। ଚିନ୍ତାର ବିଷୟ ହେଉଛି, ବିଗତ ୫ ବର୍ଷ ମଧ୍ୟରେ ଆମେରିକାରେ ୩୬ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରୁ ଏଯାବତ ୧୦ ଜଣ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ ଘଟିସାରିଲାଣି। କେବଳ ଏତିକି ନୁହେଁ ବିଦେଶରେ ପଢୁଥିବା ଭାରତୀୟ ଛାତ୍ରୀଛାତ୍ରମାନେ ମଧ୍ୟ ଅନେକ ଦେଶରେ ବର୍ଣ୍ଣ ବିଦ୍ୱେଷର ସମ୍ମୁଖୀନ ହେଉଥିବା ଖବର ପ୍ରକାଶ ପାଉଛି।
ଆମେରିକା, କାନାଡ଼ା ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, କାତାର ସମେତ ୩୪ଟି ଦେଶରେ ଭାରତୀୟ ଛାତ୍ରୀଛାତ୍ର ବିଭିନ୍ନ ବିଶ୍ୱବିଦ୍ୟାଳୟ କିମ୍ବା ଗବେଷଣା ସଂସ୍ଥାଗୁଡ଼ିକରେ ଶିକ୍ଷା ଲାଭ କରୁଛନ୍ତି। ବିଶ୍ୱର ସବୁ ଦେଶ ତୁଳନାରେ ଅଧିକ ଭାରତୀୟ ଛାତ୍ରୀଛାତ୍ର ବିଦେଶରେ ପଢ଼ିବାକୁ ପସନ୍ଦ କରୁଛନ୍ତି। ଭାରତୀୟ ଛାତ୍ରୀଛାତ୍ର ବିଦେଶକୁ ଯିବା ପଛରେ କାରଣ ମଧ୍ୟ ସୁସ୍ପଷ୍ଟ। ଭାରତରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କିମ୍ବା ଗବେଷଣା ସଂସ୍ଥାର ଅଭାବ ରହିଥିବା ଯୋଗୁ ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ବିଦେଶ ପଠାଇବାକୁ ବାଧ୍ୟ ହେଉଛନ୍ତି। ଉଲ୍ଲେଖନୀୟ ଯେ, ବିଶ୍ୱରେ ଶୀର୍ଷ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ମଧ୍ୟ ନାହିଁ। ଏଥିରୁ ବୁଝିବାକୁ ହେବ ଯେ,ଭାରତରେ ଉଚ୍ଚଶିକ୍ଷାର ଅଭାବ ପୂରଣ କରିବା ପାଇଁ କାହାରି ଇଚ୍ଛା ଥିବା ଭଳି ମନେ ହେଉନାହିଁ। ଆମ ଦେଶରେ ଅତୀତର କାଳ୍ପନିକ ଧର୍ମ ସମ୍ପର୍କରେ ପାଠ ପଢ଼ାଯାଉଥିବାବେଳେ ସମଗ୍ର ବିଶ୍ୱରେ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ ବିଷୟରେ ପାଠ ପଢ଼ି ପିଲାମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୋଟିଏ ପଟେ ଉଚ୍ଚଶିକ୍ଷାର ଅଭାବ ଭାରତର ଭବିଷ୍ୟତ ପିଢ଼ିକୁ ପଛରେ ପକାଇ ଦେଉଥିବାବେଳେ ଅନ୍ୟପଟେ ଏହି ଦେଶର ଯୁବପିଢ଼ିର ମାନସିକତାରେ ପରିବର୍ତ୍ତନ ଆସିପାରୁନାହିଁ। ବିଦେଶ ଯାଇଥିବା ଭାରତୀୟ ଛାତ୍ରମାନଙ୍କର ଆଚରଣ ଓ ବ୍ୟବହାର ଯୋଗୁ ସେମାନେ ସାମାଜିକ ସ୍ତରରେ ସେଠାରେ ମିଶିବା ପରିବର୍ତ୍ତେ ଅଲଗା ହୋଇ ରହିଯାଉଛନ୍ତି। ଏହି ଚରିତ୍ର ଯୋଗୁ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଉଛି। ସେଥିପାଇଁ ବିଦେଶ ଯାଉଥିବା ଭାରତୀୟମାନଙ୍କୁ ନିଜର ସାମାଜିକ ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବା ଦରକାର। ଇଂଲିଶରେ ଏକ ଢଗ ଅଛି ‘ହ୍ବେନ୍ ଇନ୍ ରୋମ୍, ଡୁ ଆଜ୍ ଦି ରୋମାନ୍ସ ଡୁ’। ଏହାର ଅର୍ଥ ହେଲା ଯିଏ ଯେଉଁ ସ୍ଥାନକୁ ଯିବ ସେଠାରେ ପରମ୍ପରା ଓ ରୀତିନୀତି ସହିତ ମିଶିଯିବା ଅତ୍ୟନ୍ତ ଆବଶ୍ୟକ। ଭାରତୀୟମାନେ ନିଜ ଦେଶରେ ନିଜର ଚରିତ୍ର ପରିବର୍ତ୍ତନ କରିପାରିଲେ ବିଦେଶରେ ସୁରକ୍ଷିତ ରହିପାରିବେ। ନଚେତ ସବୁବେଳେ ଆକ୍ରମଣର ଶିକାର ହୋଇଚାଲିଥିବେ।
ବିଦେଶ ଯାଇଥିବା ଭାରତୀୟ ଛାତ୍ରମାନଙ୍କର ଆଚରଣ ଓ ବ୍ୟବହାର ଯୋଗୁ ସେମାନେ ସାମାଜିକ ସ୍ତରରେ ସେଠାରେ ମିଶିବା ପରିବର୍ତ୍ତେ ଅଲଗା ହୋଇ ରହିଯାଉଛନ୍ତି। ଏହି ଚରିତ୍ର ଯୋଗୁ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଉଛି। ସେଥିପାଇଁ ବିଦେଶ ଯାଉଥିବା ଭାରତୀୟମାନଙ୍କୁ ନିଜର ସାମାଜିକ ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବା ଦରକାର।
The post ହ୍ବେନ୍ ଇନ୍ ରୋମ୍… appeared first on Dharitri Odia News.